ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଆସନ୍ତାକାଲି ଅର୍ଥାତ ଶୁକ୍ରବାରଠୁ ଭୁବନେଶ୍ବର ଏମ୍ସ ଓପିଡି ବନ୍ଦ ରହିବ। ଏ ନେଇ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ ଯୋଗୁ କର୍ମଚାରୀଙ୍କ ଅଭାବ ଦେଖାଦେବାରୁ ଓପିଡିକୁ ବନ୍ଦ କରାଯାଇଛି । କିଛି କର୍ମଚାରୀଙ୍କୁ କରୋନା ପଜିଟିଭ ଓ ଆଉ କିଛି କଣ୍ଟେନମେଣ୍ଟ ଜୋନର ହୋଇଥିବାରୁ ସେମାନଙ୍କୁ ହସ୍ପିଟାଲ ଆସିବାକୁ ବାରଣ କରାଯାଇଛି। ଫଳରେ କର୍ମଚାରୀ ଅଭାବ ଦେଖାଦେଇଛି।