ଆସନ୍ତା ଏପ୍ରିଲ ୧୭ ତାରିଖରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ସାହି ଯାତ

115

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆସନ୍ତା ଏପ୍ରିଲ ୧୭ ତାରିଖରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ସାହି ଯାତ । ତେବେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସପି ପିନାକ ମିଶ୍ରଙ୍କ ସହ ଆଠ ସାହି ଆଖଡାର ମୁରବୀ ମାନେ ଉପସ୍ଥିତ ଥିଲେ। ତେବେ ସାହିଯାତକୁ କିପରି ସରସ ସୁନ୍ଦର କରାଯାଇପାରିବ ସେନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ପ୍ରତ୍ୟେକ ସାହିରେ ଶାନ୍ତି କମିଟି ଗଠନ ହେବା ସହିତ ନିଜ ନିଜ ପଡ଼ୋଶୀ ସାହି ସହିତ ସହଯୋଗର ହାତ ବଢ଼ାଇ ଯାତକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତେ ପ୍ରତିଶୃତି ଦେଇଥିଲେ। ପ୍ରତ୍ୟେକ ସାହିରେ ଥିବା ଛୋଟ ବଡ ସମସ୍ୟା କୁ ଯଥା ଶୀଘ୍ର ସମାଧାନ କରିବା ପାଇଁ ସ୍ଥିର ହୋଇଥିବା ବେଳେ ଏହି ପାରମ୍ପରିକ ଉତ୍ସବରେ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗ କରିବ। ସେହିପରି ବିଭିନ୍ନ ସାହି ମାନଙ୍କରେ ରାସ୍ତାଘାଟ ମରାମତି, ଡ୍ରେନଜ୍ ସମସ୍ୟା ସହ ଅନ୍ୟାନ୍ୟ ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ପ୍ରସ୍ତୁତି ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ପ୍ରଦୀପ କୁମାର ସାହୁଙ୍କ ସହ ପରିଚାଳନା କମିଟି ସଦସ୍ୟ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More