ବିରିଡି ( ସଂଘର୍ଷ ମିଡିଆ ) : ବିରିଡି ବ୍ଲକ ଅନ୍ତର୍ଗତ ଦଳେଇଘାଇ ସ୍ଥିତ ଆଷାଦ ସାହିତ୍ୟ ସଂସଦ ଓ ସୁଷ୍ଟି ଫାଉଣ୍ଡେସନ୍ ପକ୍ଷରୁ ଆଜି ଓଡ଼ିଶା ଜଗନ୍ନାଥ ସଂସ୍କୃତିର କଥା ପ୍ରଚାରକ ବାବା ଦିବାକର ଦାସଙ୍କ ୩୧ତମ ଜନ୍ମ ଉତ୍ସବ ପାଳନ କରାଯାଇଛି। ଶ୍ରୀ ଶ୍ରୀ ଝୁଲା ଗୋପୀନାଥ ମହାଦେବଙ୍କ ପ୍ରାଙ୍ଗଣରେ ଅନୁଷ୍ଠିତ ଜନ୍ମ ଉତ୍ସବରେ ପ୍ରାତଃରୁ ପ୍ରଭୁ ଝୁଲା ଗୋପୀନାଥଙ୍କ ପୂଜା ଅର୍ଚ୍ଚନା ,ଘଟସ୍ଥାପନ,୩୨ଟି ଦୀପ ପ୍ରଜ୍ବଳନ ,ଗୋପୂଜନ, ବୃକ୍ଷ ରୋପଣ, ସହ କବିତା ଆସର କରାଯାଇଥିଲା। ଆଷାଦ ସାହିତ୍ୟ ସଂସଦର ସଭାପତି କବି ପତାମ୍ବର ମହାପାତ୍ର, ସୁଷ୍ଟି ଫାଉଣ୍ଡେସନ୍ ର ଅଧ୍ୟକ୍ଷା ସୁଭାଙ୍ଗି ମଧୁସ୍ମିତା ବସ୍ତିଆ , ଗୋବର୍ଦ୍ଧନପୀଠ ପୁରୀ ଆଦିତ୍ୟ ବାଭିନୀ ସଦସ୍ୟ ଦେବେନ୍ଦ୍ର ବାରିକ୍, କବି ଗୀତିକାର କାମଦେବ ସ୍ବାଇଁ, ଖଗେଶ୍ବର ମହାରଣା, କବିୟତୀ ପ୍ରିୟତମା ସାହୁ ,ପ୍ରମୁଖ ଭକ୍ତ ଶ୍ରଦ୍ଧାଳୁ ଉପସ୍ଥିତରହି ବାବା ଶ୍ରୀ ଦାସଙ୍କୁ ଶୁଭେଛା ଜଣାଇଥିଲେ। ଏବଂବିରିଡ଼ି ବ୍ଲକର ସଙ୍ଘର୍ଷ ନିଉଜ୍ ପ୍ରତିନିଧି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଆଧ୍ୟାତ୍ମିକ କାର୍ଯ୍ୟକ୍ରମଙ୍କୁ ପରିଚାଳନା କରିଥିଲେ ଶିକ୍ଷକ ବଶୀଧର ତ୍ରିପାଠୀ।ବିରିଡିରୁ ରାଖକ ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।