ଆଶ କିରଣରେ ଶିଶୁ ଦିବସ ପାଳିତ

20

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ସ୍ଥାନୀୟ ମାନସିକ ଅନଗ୍ରସର ପିଲାଙ୍କ ନିମନ୍ତେ ଉଦ୍ଧିଷ୍ଟ ସ୍ୱତନ୍ତ୍ର ବିଦ୍ୟାଳୟ ଆଶାକିରଣ ଠାରେ ଶିଶୁ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଉକ୍ତ ବିଦ୍ୟାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ୍, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଧନୁର୍ଜୟ ରାଓ ଯୋଗଦେଇ ପଣ୍ଡିତ ନେହରୁଙ୍କ ଫଟୋ ଚିତ୍ର ରେ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଏବଂ ଶିଶୁ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ସ୍କୁଲର ପିଲା ମାନେ ସ୍କୁଲ ପୋଷାକରେ ଏହି ଅବସରରେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହୁରୁଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। କିଛି ପିଲା ଭକ୍ତି ସଙ୍ଗୀତ ଗାନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପିଲାଙ୍କ ଦ୍ଵାରା ଆୟୋଜିତ ସଂସ୍କୃତିକ କାର୍ଯ୍ୟକ୍ରମରେ ନାଚଗୀତ ଭିତରେ ଅନଗ୍ରସର ପିଲାମାନେ ଆନନ୍ଦ ନେଇଥିଲେ। ଏହି ଅବସରରେ ଅତିଥି ମାନେ ପିଲା ମାନଙ୍କୁ ମିଷ୍ଟାନ୍ନ ବାଣ୍ଟିବା ସଂଗେ ସଂଗେ ବ୍ୟାଡମିଣ୍ଟନ ରାକେଟ ଓ କର୍କ ପିଲା ମାନଙ୍କୁ ଦେଇଥିଲେ। ଏଥିରେ ଅଶାକିରଣର ଅଧକ୍ଷ ଜଗନ୍ନାଥ ବେହେରାଙ୍କ ସହିତ କର୍ମଚାରୀ ସନ୍ଧ୍ୟାରାଣୀ ବେହେରା ,ଶାନ୍ତି ପଣ୍ଡା, ରଶ୍ମିତା ପ୍ରଧାନ ,ରିଙ୍କୁରାଜ ବେହେରା ଈଶ୍ୱର ବାଂଜରା, ପାର୍ବତୀ ଯାନୀ, ରଶ୍ମିତ ଧାନଫୁଲ ସହ ଅନେକ ଅଭିବାବକ ଉପସ୍ଥିତଥିଲେ।ଶେଷରେ ଆଶା କିରଣର ଅଧ୍ୟକ୍ଷ ଜଗନ୍ନାଥ ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More