ଆର ପାରିରେ ବିରୋଧିଦଳ ଉପନେତା ତଥା ଭଦ୍ରକ ଧାମନଗର ବିଧାୟକ ବିଷ୍ଣୁ ସେଠୀ

19

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ଆଉ ନାହାନ୍ତି ଭଦ୍ରକ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ମଧୁମେହ, ରକ୍ତଚାପ ରୋଗ ହଠାତ ବଢ଼ିଯିବାରୁ ସେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିଲେ କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ୭,୪୫ ମିନିଟରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୁଖ୍ୟତଃ କିଡନୀ ସମସ୍ୟାରେ ଛନ୍ଦି ହୋଇ ପଡିଥିଲେ ଧାମନଗର ବିଧାୟକ। ମାସେ ହେବ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ବିଷ୍ଣୁଚରଣ ସେଠୀ ୫ ଜୁନ ୧୯୬୧ରେ ଜନ୍ମ ଗ୍ରହଣ କରିଥିଲେ। ସେ ଓଡ଼ିଆ ସାହିତ୍ୟିକ ଘାସ ଫୁଲର ସମ୍ପାଦକ ଏବଂ ଜଣେ ଭଲ ରାଜନୀତିଜ୍ଞ ଥିଲେ । ୨୦୦୦ ମସିହା ଓ ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ଚାନ୍ଦବାଲି ଓ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ, ବିଜୁ ଜନତା ଦଳର ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଷ୍ଣୁଚରଣ ସେଠୀ ୫ ଜୁନ ୧୯୬୧ରେ ଜନ୍ମ ଗ୍ରହଣ କରିଥିଲେ। ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ଚାନ୍ଦବାଲି ଓ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ବିଜେପିର ବିରୋଧୀ ଦଳ ଉପନେତା ହୋଇଥିଲେ । ତାଙ୍କ ବିୟୋଗରେ ଭଦ୍ରକ ଜିଲ୍ଲା ତଥା ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More