କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡା ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ସଲଗ୍ନ ପାନ୍ଥଶାଳା ପରିସରରେ ନିରଞ୍ଜନ ମେକାପଙ୍କ ଲିଖିତ ଆର୍ଯ୍ୟପୁତ୍ର ପୁସ୍ତକର ଲୋକର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡାରେ ଜନ୍ମିତ ଅର୍ଜୁନ ଚରଣ ବେହେରା ସମ୍ୟବାଦୀ ଚେତନାର ନାୟକ ଭାବେ ଭାଗଚାଷୀ ଆନ୍ଦୋଳନକୁ ବ୍ୟାପକକରି ଜେଲ ବରଣକରି ସାରା ରାଜ୍ୟରେ ଜଣେ ଅଗ୍ରଣୀ ବିପ୍ଳବୀ ଭାବେ ପରିଚିତ ହୋଇଥିଲେ। ସ୍ଵର୍ଗତ ବେହେରାଙ୍କ ଜୀବନୀ ଉପରେ ନିରଞ୍ଜନ ମେକାପଙ୍କ ଲିଖିତ ଆର୍ଯ୍ୟପୁତ୍ର ପୁସ୍ତକଟି ବହୁ ଉଚକୋଟିର ହୋଇଛି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ମୁଖ୍ୟଅତିଥି ବିଧାୟକ ଶଶିଭୂଷଣ ବେହେରା ଭିଡିଓ କନଫେରେନ୍ଶୀ ମଧ୍ୟମରେ ଲୋକର୍ପଣ କରିଥିଲେ ।