ଆରମ୍ଭ ହେବ ମହାପ୍ରଭୁଙ୍କ ରଥନିର୍ମାଣ; ସରକାର ନେବେ ରଥଯାତ୍ରା ନିଷ୍ପତ୍ତି : ଗଜପତି

42

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ରଥଯାତ୍ରା ଏକ ଧାର୍ମିକ ପର୍ବ ନୁହେଁ, ଏକ ଧର୍ମୀୟ ପର୍ବ । ପୁରୀ ଗ୍ରୀନ ଜୋନ୍ ଘୋଷିତ ହେବା ପରେ ରଥ କାମ ଆରମ୍ଭ ହେବାରେ କିଛି ବାଧକ ନାହିଁ । କାଲିଠାରୁ ବି ରଥ ନିର୍ମାଣ କାମ ଆରମ୍ଭ ହୋଇପାରେ । କିନ୍ତୁ ରଥଯାତ୍ରା ନିଷ୍ପତ୍ତି ସରକାର ନେବେ ବୋଲି ସୂଚନା ଦେଇଛନ୍ତି ଗଜପତି ଦିବ୍ୟସିଂହ ଦେବ । ରଥ ନିର୍ମାଣ ଓ ରଥଯାତ୍ରା ସଂକ୍ରାନ୍ତରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ଯେ ପରିଚାଳନା କମିଟି ବୈଠକରେ  ରଥଯାତ୍ରା ଓ ସ୍ନାନ ଯାତ୍ରା ନେଇ କୌଣସି ଆଲୋଚନା ହୋଇନାହିଁ । ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରଥନିର୍ମାଣ କାମ ଆରମ୍ଭ ହେବ । ପୁରୀ ଗ୍ରୀନ୍ ଜୋନରେ ରହିଛି ଓ ସରକାରଙ୍କ ମାର୍ଗଦର୍ଶିକାରେ ରଥକାମ ନିର୍ମାଣ ନେଇ କୌଣସି ବାରଣ କରାଯାଇ ନାହିଁ । ତେଣୁ ରଥଖଳାରେ ରଥ ନିର୍ମାଣ ଆରମ୍ଭ ହୋଇପାରିବ। ଅନ୍ୟପକ୍ଷରେ ରଥଯାତ୍ରା ସମ୍ପର୍କରେ ସରକାରଙ୍କ ନିଷ୍ପତ୍ତିକୁ ଚୂଡ଼ାନ୍ତ ବୋଲି କହିଛନ୍ତି ଗଜପତି । ସରକାର ଯଦି ରଥଯାତ୍ରା ନ କରିବାକୁ ନିଷ୍ପତ୍ତି ନେବେ ତାହାକୁ ପରିଚାଳନା କମିଟି ଗ୍ରହଣ କରିବ । ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More