କଟକ ( ସଂଘର୍ଷ ମିଡିଆ ) : ଆଉ ଶୁଭିବନି ଯାତ୍ରା ଡାଇଲଗ୍ ଶାଗୁଣା ବସିଛି ଡେଣା ମେଲାଇ। ଯାତ୍ରା ଜଗତର ସେହି କିମ୍ବଦନ୍ତୀ ପୁରୁଷ ତଥା ଭିଲେନ୍ ଭିକୁ ସେଠ୍ ଆଜି ଦୁନିଆ ଛାଡି ଚାଲି ଯାଇଛନ୍ତି। ଅପେରା ଜଗତର କଳାକାର ଭିକୁ ସେଠ୍ ଓରଫ୍ ମହେନ୍ଦ୍ର ଦାସ ମାତ୍ର ୫୫ ବର୍ଷ ବୟସରେ ଚୌଦ୍ୱାର ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଛାତିରେ ଯନ୍ତ୍ରଣା ପରେ ଚୌଦ୍ୱାରରୁ କଟକ ମେଡିକାଲ୍ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଛି ବୋଲି ତାଙ୍କ ସମ୍ପର୍କୀୟଙ୍କ ଠାରୁ ସୁଚନା ମିଳିଛି । ବାଣେଶ୍ୱରୀ ଗଣନାଟ୍ୟ,ତୁଳସୀ,ସଚଚ୍ଚିଦାନନ୍ଦ ଭଳି ଅପରାରେ ମୁଖ୍ୟ ଖଳନାୟକ ଭାବେ ଅଭିନୟ କରିଥିଲେ ସେ। “ଶାଗୁଣା ବସିଛି ଡେଣା ମେଲାଇ” ଡାଇଲଗ୍ ଜରିଆରେ ଭିକୁ ସେଠ୍ ନାଁରେ ସେ ଓଡ଼ିଶାରେ ଘରେ ଘରେ ପରିଚିତ ହୋଇଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଜଲିଉଡ୍ ଜଗତର ବହୁ କଳାକାର ଚୌଦ୍ୱାର ସ୍ଥିତ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି। ତାଙ୍କ ଶୁଭେଚ୍ଛୁ, ଯାତ୍ରା କଳାକାର ପ୍ରମୁଖଙ୍କ ମନରେ ତାଙ୍କ ପରଲୋକକୁ ନେଇ ଗଭୀର ମର୍ମାହତ ଓ ଆଘାତ ଦେଇଛି। ଯାତ୍ରା ଜଗତର ସେ ସୁନାମ ଅର୍ଜନ କରିଥିଲାବେଳେ ଜଲିଉଡ୍ ଜଗତ ପୁରା ସ୍ତବ୍ଧ ହୋଇଯାଇଛି। ଭିକୁ ସେଠ୍ ଙ୍କ ମୃତ୍ୟୁ ଏକ ଅପୁରଣୀୟ କ୍ଷତି କରିଛି ସାରା ଯାତ୍ରା ଜଗତକୁ। କଟକରୁ ସୁରେଶ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।