ଆରଡ଼ିରେ ଧସିଲା ବୈତରଣୀ ନଦୀର ପାର୍ଶ୍ଵବନ୍ଧ

23

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଆରଡି ନିକଟସ୍ଥ ମୁଆଁ ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ନଦୀବନ୍ଧ ସମୁଦ୍ରରୁ ଆସିଥିବା ଜୁଆର ଢେଉ ମାଡରେ ପାଖାପାଖି ୨୦୦ଫୁଟ ଧସିଯାଇଛି । ଯାହାକୁ ନେଇ ସ୍ଥାନୀୟ ନଦୀ କୂଳିଆବାସୀ ଭୟଭିତ ହୋଇପଡିଛନ୍ତି। ଉକ୍ତ ନଦୀବନ୍ଧ ଚାଷଜମି ଅଞ୍ଚଳର ହୋଇଥିବାରୁ ଚାଷୀମାନଙ୍କ ପାଇଁ ବିପଦ ଆଣିବ ବୋଲି ଚାଷୀମାନେ ଏବେ ପ୍ରକାଶ କରିଛନ୍ତି। ଏହିସ୍ଥାନରେ ଖରାଦିନରେ ବନ୍ଧ ଧସିଥିବାର ଖବର ସ୍ଥାନୀୟ ଲୋକ ବିଭାଗୀୟ ଅଧିକାରୀ ଓ ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ଯ କେହି ଏଥିପ୍ରତି ଦୃଷ୍ଟି ଦେଇ ନଥିଲେ । ଏବେ ବର୍ଷାଋତୁ ଥିବାରୁ ଯଦି ଲଗାଣବର୍ଷା ହୁଏ କିମ୍ବା ନଦୀରେ ବନ୍ଯା ଆସେ ତାହାଲେ ଘାଇହେବାର ଆଶଙ୍କା ରହିଛି । ନଦୀ ବନ୍ଧର ୮୦ ଭାଗ ନଦୀମଧ୍ଯକୁ ଧସିଯାଇଥିବା ବେଳେ ଅବଶିଷ୍ଟ ଅଂଶରୁ ଅତଡା ଖସିବାରେ ଲାଗିଛି। ଯାହା ଫଳରେ ଅଞଳ ବାସୀ ଆତଙ୍କିତ ସୋଇପଡିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More