ଆମ ସମ୍ପର୍କ ତରଫରୁ କାର୍ତ୍ତିକ ମହୋତ୍ସବ ପାଳିତ

18

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) :- ଆଧୁନିକ ଯୁଗର ମଣିଷ ମାନେ ଭୁଲି ଯାଉଛନ୍ତି ଆମକଳା, ଆମ ସଂସ୍କୃତି ଓ ଆମ ପରମ୍ପରାକୁ। ଏହାରି ଭିତରେ ଆଜି କଳା ସାହିତ୍ୟ ସଂସ୍କୃତିର ସମର୍ପିତ ସଂଗଠନ ପକ୍ଷରୁ ପଟ୍ଟାମୁଣ୍ଡାଇ ଟାଉନ୍ ହଲ୍ ପରିସରରେ ଆମ କଳା, ଆମ ସଂସ୍କୃତି ଓ ଆମ ପରମ୍ପରାକୁ ମନେରଖିବା ପାଇଁ ଆମ ସମ୍ପର୍କର ମହାକାର୍ତ୍ତିକ ମହୋତ୍ସବ ମାଧ୍ୟମରେ ଗାଁ ଠୁ ସହରରେ ଲୁଚି ରହିଯାଇଥିବା ପ୍ରତିଭା ଓ ସମାଜର ମଙ୍ଗଳ କରୁଥିବା ମହାନ୍ ବ୍ୟକ୍ତି ସମାଜସେବୀ ମାନଙ୍କ ମନବଳ ବଢ଼ାଇବା ପାଇଁ ଏକ ସୁନ୍ଦର ପ୍ରୟାସ କରିଛନ୍ତି। ଏହି ଅବସରରେ କବି ସାହିତ୍ୟିକ ମାନଙ୍କୁ ଏକାଠି କରିବା ସେମାନଙ୍କ କଣ୍ଠରୁ କବିତା ପ୍ରତିଯୋଗିତା, ଚିତ୍ରଶିଳ୍ପୀ, ନୃତ୍ୟଶିଳ୍ପୀ ଓ ଗାଳ୍ପିକ ମାନଙ୍କୁ ଏକତ୍ରିତ କରିବା ସହିତ ପ୍ରତିଯୋଗିତା କରାଇ ପୁରସ୍କାର ପ୍ରଦାନ କରିବା ଦେଖିବାକୁ ମିଳିଛି। ଆମ ସମ୍ପର୍କର ମହାକାର୍ତ୍ତିକ ମହୋତ୍ସବ ସଭାରେ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ଅତୁଲ ବଳ ସଭାପତିତ୍ବ କରୁଥିବା ବେଳେ ସଭାର ମୁଖ୍ୟ ଆକର୍ଷଣ ତଥା ମୁଖ୍ୟଅତିଥି ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ପୂର୍ବତନ ସାଂସଦ କବି ପ୍ରସନ୍ନ ପାଟ୍ଟଶାଣୀ ,ବିଶିଷ୍ଟ ଅତିଥି ରାଜନଗର ବିଧାୟକ ଧୃବ ସାହୁ, ସମ୍ମାନିତ ଅତିଥି ପଟ୍ଟାମୁଣ୍ଡାଇ ପୈାରପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ସମାଜସେବୀ ଇଂ ନିଳାଦ୍ରୀ ଭୂଷଣ ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ପାଦକ ଦେବ ପାତ୍ର ଅତିଥି ପରିଚୟ ଦେଇଥିଲେ। ଏହି ଅବସରରେ ଗାଳ୍ପିକ ପ୍ରଦୀପ ନାୟକଙ୍କ ପୁସ୍ତକ ମାତରମ୍ ବନ୍ଦେ ଉନ୍ମୋଚିତ ହେବା ସହିତ କୃତିବାସ ଜେନା ଙ୍କ ପୁସ୍ତକ ନଙ୍ଗେଲୀର ଉନ୍ମୋଚିତ ହେବା ସହ ପ୍ରତିଯୋଗିତାର ବିଚାରକ ଭାବେ ଶିକ୍ଷକ ଶ୍ରୀଧର ରାଉତ, ଚିତ୍ରଶିଳ୍ପୀ ସଞ୍ଜୟ ତ୍ରିପାଠୀ,ବିଶ୍ବମ୍ବର ରଣା ଦାୟିତ୍ଵ ନିର୍ବାହ କରିଥିଲେ । ଶେଷରେ ଅତିଥି ମାନେ କୃତି ଶିଳ୍ପୀଙ୍କୁ ପୁରସ୍କୃତ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More