ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ଆଜି ଦିନ 10, ଘ ଣ୍ଟା ସମୟରେ ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ବ୍ଳକ୍ ଅନ୍ତର୍ଗତ ଅଗ୍ନି ପୁର ଗ୍ରାମ ପଞ୍ଚାୟତର ମିଟିଂ ହଲ୍ ଠାରେ ଆମ ପୋଲିସ ସମତି ତଥା ପୋଲିସ ପବ୍ଳିକ ବନ୍ଧୁ ମିଳନ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ନବରଙ୍ଗପୁର ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ନବରଙ୍ଗପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ପାହାରୁ ଏମଦ ତଥା iic ମହୋଦୟ ନବରଙ୍ଗପୁର ସହରରେ ଟ୍ରାଫିକ୍ ଦାୟିତ୍ୱରେ ଥିବା ଶ୍ରୀଯୁକ୍ତ ଅଶୋକ କୁମାର ଦେଓ ASI ଶ୍ରୀମତୀ ଲୁଗ୍ନୃ ମହୋଦୟା ଏବଂ ଥାନାର ଅନ୍ୟାନ୍ୟ କର୍ମଚାରୀ ଓ ଗ୍ରାମ ପଞ୍ଚାୟତର 11ଗୋଟି ୱ୍।ର୍ଡର ୱ୍।ର୍ଡ ସଭ୍ୟ ସଭ୍ୟା ଓ ଗ୍ରା :ପ ର ବୟୋ ଜ୍ୟେଷ୍ଠ ବୃଦ୍ଧିଜିବୀ, ଯୁବକ ଯୁବତୀ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ସରପଞ୍ଚ ଅଗ୍ନିପୁର ଗ୍ରା,ପ ଶ୍ରୀ ଦିବାକର ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବୈଠକ ର ଆଭି ମୁଖ୍ୟ ଥିଲା 1,ପୋଲିସ ଓ ଜନସାଧାରଣ ମାନଙ୍କ ମଧ୍ୟରେ ବିଶ୍ୱାସ ଜାଗରଣ କରିବା 2,ବାଲ୍ୟବିବାହ ପ୍ରଥାକୁ ବିରୋଧ କରି ସମ୍ପୂର୍ଣ୍ଣ ବନ୍ଦ କରାଯିବ 3,ଯେଉଁ ମାନେ ଶିଶୁ ଶ୍ରମିକ ତଥା ଶିଶୁ ମାନଙ୍କୁ କୁଲିମଜୁରି ଖଟାଉ ଥାଏ ତା ଉପରେ ରୋକ୍ ଲଗେଇବା 4 ମଦ୍ୟପାନକରି ଗାଡି ଚଳେଇବା ବ୍ୟକ୍ତି ବିଶେଷ ଙ୍କ ଉପରେ ରୋକ୍ ଲଗାଇବା ନିଶା ନିବାରଣ ଓ 5, ଜିଲ୍ଲାରେ କୈ।ଣସି ପ୍ରକାରେ ଗୁଣ୍ଡା ,ଗରଦି ବଦମାସି ଚୋର,ଡକାୟତି,ରେପ ମଡର୍ ନାରି ନିର୍ଯ୍ୟାତନା କୁ ସମ୍ପୂର୍ଣ୍ଣ ବନ୍ଦ କରିବା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଶେଷରେ ସମସ୍ତଙ୍କର ମତାମତକୁ ନେଇ ଏସବୁକୁ ସମ୍ପୂର୍ଣ୍ଣ ବନ୍ଦ କରିବାପାଇଁ ମାନ୍ୟବର ଥାନାଧିକାରୀ ଶ୍ରୀ ଏୟମଦ୍ ମହୋଦୟ ସପଥ ପାଠ କରାଇଥିଲେ ।ଏହି ଗୁରୁତ୍ୱ ଧରଣର ପୋଲିସ ପବ୍ଳିକ ବୈଠକ କୋଭିଡ୍ ପରେ ଜିଲ୍ଲାରେ ପ୍ରଥମେ ଜିଲ୍ଲା ପୋଲିସ ପ୍ରଶାସନ୍ ତରପରୁ ଆୟୋଜିତ କରାଯାଇ ଥିଲା। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ସ୍ ନିଉଜ୍।