ଆମ ପରମ୍ପରାରେ ମହା ବିଷୁବ ସଂକ୍ରାନ୍ତି ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

15

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ପବିତ୍ର ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ଓହଳ ସ୍ଥିତ ମାଆ କରୁଣାମୟୀ ପୀଠରେ ଏକ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଆମ ପରମ୍ପରାରେ ମହା ବିଷୁବ ସଂକ୍ରାନ୍ତି ଶୀର୍ଷକ ଆଲୋଚନାଚକ୍ରରେ ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଓଡ଼ିଆ ଜନ ଜୀବନରେ ମହା ବିଷୁବ ସଂକ୍ରାନ୍ତିର ସ୍ଥାନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।ମୁଖ୍ୟ ଆଲୋଚକ ଭାବେ ଶିକ୍ଷାବିତ ଵିଜୟ କୁମାର ରଥ, ଅବସର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ଲେଙ୍କା, ସମାଜସେବୀ ବଂଶୀଧର ବେହେରା ଓ ଫକୀର ଚରଣ ଦାସ ଯୋଗଦେଇ ମହା ବିଷୁବ ସଂକ୍ରାନ୍ତି ଦିନ ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଙ୍କ ପାଖରେ ନୂତନ ପାଞ୍ଜି ପ୍ରଚଳନ ସହ ଓଡ଼ିଆ ନବ ବର୍ଷ ପାଳନ କରାଯାଇଥାଏ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ କବି ପ୍ରତାପ କେଶରୀ ମହାପାତ୍ର ଙ୍କୁ ସାରସ୍ୱତ ବିଷୁବ ସମ୍ମାନରେ ସମ୍ମାନିତ କରାଯାଇଥିଲା।ଅତିଥିମାନେ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ଶେଷରେ ବନମାଳୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ବେଲ ପଣା ବଣ୍ଟନ କରାଯାଇ ଥିଲା।।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More