ନବରଙ୍ଗପୁର (ସଂଘର୍ଷ ମିଡିଆ ): – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ଗ୍ରାମର ସତନାମୀ ସାହି ସ୍ଥିତ ପଡିଆ ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବଂ 5 t ଅଧକ୍ଷ ଭି କେ ପାଣ୍ଡିଆନ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି | ଭିଡିଓ କନଫ୍ରେନ୍ସ ମାଧ୍ୟମରେ ଆମଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ପାପଡାହାଣ୍ଡି ବ୍ଲକ ର ସମସ୍ତ ପଞ୍ଚାୟତ ର ଉନ୍ନତି ପାଇଁ ପ୍ରତ୍ୟେକ ପଞ୍ଚାୟତ କୁ 50 ଲକ୍ଷ ଟଙ୍କା ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗାଇଥିବା ଜଣାଇଛନ୍ତି | ମୋଟ ଉପରେ ପାପଡାହାଣ୍ଡି ବ୍ଲକ ର 23 ଗୋଟି ପଞ୍ଚାୟତ ପାଇଁ 11 କୋଟି 50 ଲକ୍ଷ ମଞ୍ଜୁର କରାଯାଇଥିବା ଶ୍ରୀ ପାଣ୍ଡିଆନ ସୂଚନା ଦେଇଛନ୍ତି |ନବରଙ୍ଗପୁର ଜିଲ୍ଲା ପାଇଁ ଲିଫ୍ଟ ଇରିଗେସନ ବାବଦରେ ପ୍ରାୟ 850 କୋଟି ଟଙ୍କା ବ୍ୟୟ ବରାତ ହୋଇଛି ଯାହାକି ପାଖାପାଖି 50 ହଜାର ହେକ୍ଟର ଚାଷ ଜମିକୁ ପାଣି ଯୋଗା ଯିବ ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଛନ୍ତି | ଏହି ଅବସରରେ ମାନ୍ୟବର ଡାବୁଗାଁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ମନୋହର ରନ୍ଧାରୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ 5 t ଅଧକ୍ଷ ଭି କେ ପାଣ୍ଡିଆନ ଙ୍କୁ ସମ୍ବର୍ଦ୍ଧନା କରିବାକୁ ଯାଇ ଡାବୁଗାଁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନତି ମୂଳକ କାର୍ଯକ୍ରମ ରେ ସାମିଲ କରିଥିବାରୁ ସାଧୁବାଦ ଜଣାଇଛନ୍ତି | ଗତ କିଛି ମାସ ତଳେ 5 t ଅଧକ୍ଷ ନବରଙ୍ଗପୁର ଜିଲ୍ଲା ଗସ୍ତ ରେ ଆସିଥିଲେ ଏବଂ ସାତ ଦିନ ମଧ୍ୟରେ ଅଭିଯୋଗ ର ଶୁଣାଣି କରି ତୁରନ୍ତ ସମାଧାନ କରିଥିବାରୁ ଭି କେ ପାଣ୍ଡିଆନ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ | ଏହି ଅବସରରେ ପାପଡାହାଣ୍ଡି ବ୍ଲକ ଅଧକ୍ଷା ହେମଲତା ମାଝୀ , ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା , ବିଧାୟକ ପ୍ରତିନିଧି ପ୍ରହଲ୍ଲାଦ ଅଗ୍ରୱାଲ , ଜିଲ୍ଲା ପରିଷଦ ସଭ୍ୟ ଯଶୋବନ୍ତ ନାୟକ , ପାପଡାହାଣ୍ଡି ସରପଞ୍ଚ ଚନ୍ଦ୍ରଶେଖର ମାଝୀ , ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ , ଜି ପି ଓ ଅକ୍ଷୟ ପଟ୍ଟନାୟକ , ଏ ଇ ଇ ଦିବ୍ୟ ରଞ୍ଜନ ମେହେର , weo, sco, cp ସତ୍ୟ ଦଣ୍ଡସେନା , ପାପଡାହାଣ୍ଡି ତହସିଲଦାର ,ପରେଶ ଜେନା , ସୁବ୍ରତ ପରିଡା , ଆଦିବାସୀ ଉନ୍ନୟନ ପରିଷଦ ର ଉପାଧ୍ୟାକ୍ଷା ଭାନୁମତି ପୂଜାରୀ ଯୁଗଳ ବିଷୋୟୀ , ମକିୟା ସରପଞ୍ଚ ଜଗତ ଜୀବନ ନାୟକ , ପାପଡାହାଣ୍ଡି ବିଜେଡି ବ୍ଲକ ସଭାପତି ବିଦ୍ୟା ମଲ୍ଲିକ ପ୍ରମୁଖ ମଞ୍ଚାସିନ ଥିଲେ | ସୁରକ୍ଷା ଦାୟିତ୍ୱରେ ସେକେଣ୍ଡ ଅଫିସର ଶିବାଜୀ ପଣ୍ଡା ଙ୍କ ନେତୃତ୍ୱ ରେ ପାପଡାହାଣ୍ଡି ପୋଲିସ ଏବଂ ଅଗ୍ନିଶମ ବିଭାଗ ନିୟୋଜିତ ଥିଲେ | ଏହି କାର୍ଯ୍ୟକ୍ରମ ରେ ବ୍ଲକ ର 23 ଗୋଟି ପଞ୍ଚାୟତ ରୁ ପାଖା ପାଖି 7000 ଲୋକ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l