ଆମ ଓଡ଼ିଶା ନବୀନ ଓଡିଶା ଯୋଜନାର ଶୁଭାରମ୍ଭ

49

Get real time updates directly on you device, subscribe now.

ମାଲକାନଗିରି (ସଂଘର୍ଷ ମିଡିଆ) : – ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହକୁମା ଠାରେ ଥିବା ମିନି ଷ୍ଟାଡିଅମ ଖେଳ ପଡ଼ିଆ ରେ ସଶକ୍ତ ଓଡିଶା ଗଠନ ଭିତ୍ତିଭୂମି କୁ ସୁଦୃଢ଼ କରିବା ନିମନ୍ତେ ଆମ ଓଡ଼ିଶା ନବୀନ ଓଡିଶା ଯୋଜନାର କାର୍ଯ୍ୟକ୍ରମ ଭିଡିଓ କନ୍ଫରେସିଙ୍ଗ ମାଧ୍ୟମରେ ଶନିବାର ଶୁଭାରମ୍ଭ ହୋଇ ଯାଇଛି । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଥିଲି ବ୍ଳକର ପ୍ରତ୍ୟକ ପଂଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପ୍ରତି ପଞ୍ଚାୟତ କୁ ୫୦ଲକ୍ଷ ଟଙ୍କା ଲେଖାଏଁ ୨୦ ଟି ପଞ୍ଚାୟତ କୁ ୧୦ କୋଟି ଟଙ୍କାର ଅନୁଦାନ ରାଶି ମଞ୍ଜୁର କରି ଘୋଷଣା କରାଯାଇଛି । ମାଥିଲି ବ୍ଲକ ର ୨୦ ଟି ପଞ୍ଚାୟତରେ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ କରାଯିବ । ଏହା ସହିତ ମାଥିଲି ବ୍ଲକ ର ଶିବ ସାଗର କୁ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ କରି ପୁନରୁଦ୍ଧାର ଓ ଉନ୍ନତି କରଣ ପାଇଁ ୫.୫୦ କୋଟି ଅଟକଳ ରାଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ସହିତ ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ରୂପନ୍ତି କରଣ ପାଇଁ ୧ କୋଟି ଅର୍ଥରାଶି ୫ଟି ଅଧ୍ୟକ୍ଷ ଭି,କେ, ପଣ୍ଡିଆନ ଘୋଷଣା କରିଛନ୍ତି । ପରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ବ୍ଲକ ତଥା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ତରଫରୁ ମୁଖ୍ୟମନ୍ତ୍ରୀ ଓ ଆମ ଓଡ଼ିଶା ନବୀନ ଓଡିଶା ଅଧ୍ୟକ୍ଷ ଙ୍କୁ ସ୍ୱାଗତ କରିବା ସହ ଧନ୍ୟବାଦ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା , ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡମ୍ବରୁ ସୀସା , ନବୀନ ଓଡିଶା ଯୋଜନା ମାଧ୍ୟମରେ ମାଥିଲି ଶିବ ସାଗର ଉନ୍ନତି କରଣ ପାଇଁ ୫ କୋଟି ୫୦ ଲକ୍ଷ ଅନୁଦାନ ଘୋଷଣା କରିବା ସହିତ ପ୍ରତି ପଞ୍ଚାଯତ ପାଇଁ ୫୦ ଲକ୍ଷ ହିସାବରେ ୨୦ ଟି ପଞ୍ଚାଯତ ପାଇଁ ୧୦ କୋଟି ଅଟକଳ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ୨୦ ଟି ପଞ୍ଚାଯତ ର ସରପଞ୍ଚ , ସମିତି ସଭ୍ୟ – ସଭ୍ୟା ଓ ବ୍ଳକ ର ସମସ୍ତ ପଞ୍ଚାଯତ ର ୱାର୍ଡ ମେମ୍ବର ସଭ୍ୟ- ସଭ୍ୟା ଉପସ୍ଥିତ ଥିବା ଦେଖିବାକୁ ମିଳିଥିବା ବେଳେ ୨୦ ଟି ପଞ୍ଚାଯତ ରୁ ସ୍ଵୟ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହ ୪ ହଜାରରୁ ଉର୍ଦ୍ଧ୍ବ ଜନ ସମାଗମ ହୋଇଥିଲା। ଜନସାଧାରଣ ଙ୍କ ଭିଡକୁ ନିଜରରେ ରଖି ମାଥିଲି ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ ବ୍ୟାପକ ପୋଲିସ କର୍ମୀମାନେ ନିୟୋଜିତ ଥିବାବେଳେ ମାଥିଲି ଅଗ୍ନିଶମ କର୍ମଚାରୀ ମାନେ ମଧ୍ୟ ନିୟୋଜିତ କରିଥିଲେ ବ୍ଲକ ପ୍ରଶାସନ ।ଏହି କାର୍ଯ୍ୟକ୍ରମ କୁ ମାଥିଲି ବିଡିଓ ହୃଷିକେଶ ଗଣ୍ଡ ପରିଚାଳନା କରିଥିବା ବେଳେ ତହସିଲଦାର ଚନ୍ଦନ କୁମାର ଭୋଇ , ନିର୍ବାହୀ ଯନ୍ତ୍ରୀ ହୃଦାରଞ୍ଜନ ବାଘ , କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାର ଙ୍କ ସମେତ କନିଷ୍ଠ ଯନ୍ତ୍ରୀ , କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ କେଶରୀ ଦାସ ଙ୍କ ସମେତ ବ୍ଳକ ର ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସହ ସମସ୍ତ ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ ।
ମାଲକାନଗିରି ରୁ ଅବଦୁଲ ଗାନି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ………….

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More