ଏରସମା(ସଂଘର୍ଷ ମିଡିଆ) : – ଆଜି ଆମ ଆଦମୀ ପାର୍ଟି ତରଫରୁ ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଶ୍ରୀଯୁକ୍ତ ରଜତ କୁମାର ମହାପାତ୍ର ଙ୍କ ନେତୃତ୍ୱ ରେ କାର୍ଯ୍ୟକର୍ତା ସମ୍ମିଳନୀ ଏରସମା ସ୍ଥିତ ITI ମକରଧୋଯ୍ୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀରେ ଏରସମା ବାଲିକୁଦା ର ସମସ୍ତ କର୍ମ କର୍ତା ଯୋଗ ଦେଇଥିବା ସହ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ଜିଲ୍ଲା ଆମ ଆଦମୀ ପାର୍ଟି ର ସଭାପତି ସୁଶ୍ରୀ ଅନୁପମ ସେଠି , ଜିଲ୍ଲା ପ୍ରଭାରୀ ଶ୍ରୀଯୁକ୍ତ ଆଶ୍ରିବାଦ ସାହୁ , ତିର୍ତୋଲ ପ୍ରଭାରୀ ଶ୍ରୀଯୁକ୍ତ ଇଂ.ଇନସାର ଉଦ୍ଦିନ, ବାଲିକୁଦା ଏରସମା ପ୍ରଭାରୀ ବାବୁଲି ମଲିକ ନାରୀ ନେତ୍ରୀ ଶ୍ରୀମତୀ ସ୍ମିତାଶ୍ରୀ ସାମଲ ଯୁବ ନେତା ଶ୍ରୀଯୁକ୍ତ ବିଭୁତି ଭୂଷଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିବା ସହ ଶିକ୍ଷା, ବିଜୁଳି ତଥା ପ୍ରଗତିର ଉର୍ନତି ଏବଂ କିଭଳି ଭାବେ ସାଙ୍ଗଠନିକ ମଜଭୁତ ରଖିବା ଏ ନେଇ ଆଲୋଚନା କରାଯିବାସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅରବିନ୍ଦ କେଜେ୍ରିୱାଲ ଙ୍କ ସ୍ଵଚ୍ଚ ଶାସନ କିଭଳି ଓଡ଼ିଶାରେ କେଜି୍ରିୱାଲ ଙ୍କ ମଡେଲ ଆବଶ୍ୟକତା ରହିଛି ବୋଲି ଆଲୋକପାତ କରିଥିଲେ l ଏରସମାରୁ ବଳରାମ ଜାନାଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଚ୍।