ଆମ୍ ଆଦମୀ ପାର୍ଟିର ରାଇରଙ୍ଗପୁର ବିଧାନସଭା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ, ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

29

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ରାଇରଙ୍ଗପୁରର ଜଗନ୍ନାଥ ମନ୍ଦିର ପାଖ କୁଡ଼ମି ଭବନ ଠାରେ ଆମ୍ ଆଦମୀ ପାର୍ଟିର ସକ୍ରୀୟ ସଦସ୍ୟଙ୍କୁ ନେଇ ଏକ କାର୍ଯକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସଂଯୋଜକ ଜୟସୂର୍ୟା କାନୁନଗୋ ଏବଂଚନ୍ଦନ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ଜୟସୂର୍ଯ୍ୟ କାନୁନଗୋ ଏବଂ ଅମିୟ ଶର୍ମା ଯୋଗଦେଇ କହିଥିଲେ ଯେ ୨୦୨୪ ମସିହାରେ ହେବାକୁ ଥିବା ନିର୍ବାଚନରେ ଓଡିଶା ତଥା ମୟୂରଭଞ୍ଜରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି। ଏହି ନିର୍ବାଚନରେ ଆମ୍ ଆଦମୀ ପାର୍ଟି ସମସ୍ତ ରାଜନୈତିକ ଦଳର ବିକଳ୍ପ ଭାବେ ଉଭାହେବ। ଏବାବଦକୁ ସାରା ରାଜ୍ୟରେ ସମୟବଦ୍ଧ କାର୍ଯ୍ୟ ଆରମ୍ଭ ହୋଇଯାଇଛି ବୋଲି କହିଥିଲେ। ମୟୂରଭଞ୍ଜରେ ଚାଲିଆସିଥିବା ଦୁର୍ବଳ ରାଜନୈତିକ ନେତୃତ୍ୱକୁ ହଟାଇ ଏକ ସଶକ୍ତ ଓ ପାରଦର୍ଶୀ ରାଜନୈତିକ ଶକ୍ତିର ଅଭ୍ୟୁଦୟ କେବଳ ଆପ୍ ଦ୍ଵାରା ସମ୍ଭବପର। ମୁକ୍ତ ଓ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ହେଉଛି ଏହି ପାର୍ଟିର ସଂକଳ୍ପ। ଓଡ଼ିଶାରେ ଏହାର ଆବଶ୍ୟକତା ରହିଛି। ଏହା ସାଙ୍ଗକୁ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଦେୟ ଛାଡ, ସମସ୍ତ ଘରକୁ ସ୍ଵଚ୍ଛ ପାନୀୟ ଜଳ ଯୋଗାଣ, ବେକାର ଯୁବକ ଯୁବତୀମାନଙ୍କୁ କର୍ମନିଯୁକ୍ତି ପ୍ରଦାନ ତଥା ଭ୍ରଷ୍ଟାଚାର ମୁକ୍ତ ଶାସନ ଓ ପ୍ରଶାସନ ବ୍ୟବସ୍ଥା ଉପରେ ଆପ୍ ର ପ୍ରାଥମିକତା ରହିଛି। ମୟୂରଭଞ୍ଜରେ ପର୍ଯ୍ୟଟନର ବିକାଶ,ବାଙ୍ଗିରିପୋଷି ଘାଟି ରାସ୍ତା ପ୍ରଶସ୍ତି କରଣ, ବାଙ୍ଗିରିପୋଷି ରାଇରଙ୍ଗପୁର ନୂତନ ରେଲ ସଂଯୋଗ କରଣ, ରାଜ୍ୟ ରାଜଧାନୀ ରୁ ଦେଶ ର ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ନୂତନ ରେଳ ପ୍ରକଳ୍ପ ଭାୟା ବାଲେଶ୍ୱରରୁ ବାରିପଦାଦେଇ ବାଙ୍ଗିରିପୋଷି ରାଇରଙ୍ଗପୁର ହେଇ ଦିଲ୍ଲୀ ଯାଏ ରେଳ ସଂଯୋଗ । ଖଣିଜ ସମ୍ପଦର ଉପଯୋଗରେ ଶିଳ୍ପାୟନ ଉପରେ ଗୁରୁତ୍ଵ, ବୈଜ୍ଞାନିକ କୃଷି ଓ କୃଷିଭିତ୍ତିକ ଉଦ୍ୟୋଗୀକରଣ ଜିଲ୍ଲାକୁ ଆଗକୁ ଆଗେଇ ନେବା ସହିତ ବେକାରୀ ସମସ୍ୟାର ସମାଧାନ କରିପାରିବ ବୋଲି କହିଥିଲେ। ଏହା ଛଡା କେବଳ ଆପ୍ ସରକାର ପେଶା କାନୁନ୍ କୁ ସଠିକ ଭାବେ କାର୍ଯ୍ୟକାରୀ କରିବାପାଇଁ ସକ୍ଷମ ବୋଲି କହିଥିଲେ। ଏହି ସମାବେଶରେ ଯେଉଁ କାର୍ଯ୍ୟକ୍ରମ ହାତକୁ ନେବାର ସିଦ୍ଧାନ୍ତ ହୋଇଛି ସେଗୁଡିକ ହେଉଛି ଆଗାମୀ ଦିନରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକ୍ ସମାବେଶ ଅତିଶିଘ୍ର ଅନୁଷ୍ଠିତ ହେବ ଏବଂ ଆଗକୁ ସମସ୍ତ ପଞ୍ଚାୟତ ଓ ବୁଥ୍ କମିଟି ଗଠନ ସରିବ। କେନ୍ଦ୍ରୀୟ ନେତୃତ୍ୱ ଓଡିଶା ଉପରେ ସ୍ଵତନ୍ତ୍ର ଧ୍ୟାନ ଦେଉଛି ଓ ଗୁଜୁରାଟ୍ ନିର୍ବାଚନ ପରେ ଶ୍ରୀ ଅରବିନ୍ଦ କେଜରିୱାଲ ଓଡ଼ିଶାକୁ ଆସିବେ ବୋଲି ସୂଚୀତ କରାଯାଇଛି। ଯେଉଁମାନେ ସମ୍ମିଳନୀରେ ବକ୍ତବ୍ୟ ପ୍ରଦାନ କରିଥିଲେ ସେମାନେ ହେଲେ ମୋରଡ଼ା ନିର୍ବାଚନ ମଣ୍ଡଳୀର ସଂଯୋଜକ ଶ୍ରୀ ବିଶ୍ବବିଜୟୀ ପଣ୍ଡା, ଉଦଳା ନିର୍ବାଚନ ମଣ୍ଡଳୀର ସଂଯୋଜକ ଶ୍ରୀ ସତ୍ୟ ସୁନ୍ଦର ଦେ, କୋର କମିଟି ସଦସ୍ୟ ଶଙ୍କର୍ଷଣ ମିଶ୍ର ଓ ଲମ୍ବୋଦର ବେହେରା ପ୍ରମୁଖ। ଶେଷରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଆପ୍ ର ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ଯୋଗ ଦେଇଥିଲେ ଓ ସେମାନଙ୍କୁ ପାର୍ଟିର ଉତ୍ତରୀ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ। ରିପୋର୍ଟ- ନିରୋଜ କୁମାର ସାହୁ ,ରାଇରଙ୍ଗପୁର।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More