ଆମ୍ବେଦକର ମୁକ୍ତ ଶିକ୍ଷାଦାନ କେନ୍ଦ୍ରର ଶୁଭାରମ୍ଭ

31

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହିତ ଭାରତୀୟ ସମ୍ବିଧାନ ବିଷୟରେ ଜ୍ଞାନ ଆହରଣ କରିବା ପାଇଁ ବିଶ୍ୱ ରତ୍ନ, ସମାଜ ସଂସ୍କାରକ, ନାରୀ ମୁକ୍ତି ଦାତା, ପ୍ରବାଦ ପୁରୁଷ, ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଙ୍କ 131 ତମ ଜନ୍ମ ତିଥିରେ ପ୍ରଥମ ପର୍ଯ୍ୟାୟ ରେ ହରଭଙ୍ଗା ମେଡିକାଲ ଛକ ନିକଟରେ ” ଆମ୍ବେଦକର ମୁକ୍ତ ଶିକ୍ଷା ଦାନ କେନ୍ଦ୍ର ” ର ଶୁଭାରମ୍ଭ କରାଯାଇଥିବା ବେଳେ ଆଜି ଦ୍ଵିତୀୟ ପର୍ଯ୍ୟାୟରେ ବାଉଁଶୁଣି ପଞ୍ଚାୟତର ଟିକିରାପଡ଼ା ଠାରେ ବୌଦ୍ଧ ଜିଲ୍ଲା ଉପ ସଭାପତି ବସନ୍ତ କୁମାର ଖୁରାଙ୍କ ନେତୃତ୍ୱ ରେ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱl ବଧାନରେ ଶୁଭାରମ୍ଭ କରାଯାଇଛି l ଟିକିରାପଡା ଗ୍ରାମର ବିଶିଷ୍ଟ ସମାଜସେବୀ କୃଷ୍ଣ ତାଣ୍ଡିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦ୍ଵିତୀୟ ” ଆମ୍ବେଦକର ମୁକ୍ତ ଶିକ୍ଷାଦାନ କେନ୍ଦ୍ର ” କୁ ଶୁଭାରମ୍ଭ କରିଥିବା ବେଳେ ସଂଗଠନ ର ସକ୍ରିୟ ସଦସ୍ୟ ତଥା ଯୁବ ସମାଜସେବୀ କଳିଙ୍ଗ ତାଣ୍ଡିଆ ଏବଂ ବାଉଁଶୁଣି ଗ୍ରାମ ପଞ୍ଚାୟତର ସଂଯୋଜକ ଅନିଲ ତନ୍ତୀ, ସମ୍ପାଦକ ବିହାରୀ ଲାଲ ଭୋଇନା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପ ସଭାପତି ରୋହିତ କଅଁର, ଜିଲ୍ଲା ସଂଗଠନ ସମ୍ପାଦକ ଦେବଦତ୍ତ ସାଗର ଙ୍କ ସମେତ ରାଧାନଗର ପଞ୍ଚାୟତର ସଂଯୋଜକ ଯୋଗଦେଇଥିଲେ l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More