ଜଗତସିଂହପୁର(ସଂଘର୍ଷ ମିଡିଆ) : – ଜଗତସିଂହପୁର ଜିଲ୍ଲାର ଜଣାଶୁଣା ଦଳିତ ନେତା ଶଙ୍କର ଦାଶ ଜେଲଗଲେ ବୋଲି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପାଖରେ ଧାରଣା ବସିଲେ। ଜେଲ ଗଲେ କାହିଁକି ଦଳିତ ନେତା ? ଏହା ପଛରେ କାରଣ କଣ। ନାଁ ରାଜନୈତିକ ଚାପ ନାଁ ଉପରିସ୍ଥ ଅଧିକାରୀ ମାନଙ୍କ ଚାପରେ ଏ ସବୁ ସମ୍ଭବ ହେଉଛି। କାରଣ ଏଠି ଅନ୍ୟାୟ ବିରୁଦ୍ଧରେ ଯିଏ ସ୍ୱର ଉଠାଉଛି ସିଏ ସମସ୍ତଙ୍କ ରୋଷ ଶିକାର ହେଉଛି। ଯଦି କିଏ ସବୁଦେଖି ନଦେଖିଲା ଭଳି ହେବ ସିଏ ଠିକ ଜଗତସିଂହପୁର ଜିଲ୍ଲାରେ ଅନେକ ଥାନା ମାନଙ୍କରେ ଦେଖିବାକୁ ମିଳୁଛି ଯଦି କିଏ ଅଭିଯୋଗ କରୁଛି ତାହାର ତଦନ୍ତ ହେବା ନିହାତି ଦରକାର। ବିନା ତଦନ୍ତରେ ଥାନା ଅଧିକାରୀ ମାନେ ଅଭିଯୋଗଟି ଭୁଲ ଠିକ ତାହାର ତର୍ଜମା ନକରି ବିଭିନ୍ନ ପ୍ରକାର ଦଫା ଲଗାଇ କେସ ରୁଜୁ କରୁଛନ୍ତି। ତୁମ ହାତରେ ଲଗାମ ଅଛି ବୋଲି ତୁମେ ଯାହା ଚାହିଁବ ତାହା କରିବ। ଯଦି କାହାକୁ ସାଧାରଣ ଆଇନ ଜଣା ଅଛି ତାଙ୍କୁ କୁହାଯାଉଛି ଏହାର ସମାଧାନ ଆମେ କରିଦେବୁ। ଏମାନେ ସରକାରଙ୍କ ନୀତି ନିୟମ ଠିକ ରଖୁଛନ୍ତି ତ ଯଦି ରଖୁଛନ୍ତି ତାହାଲେ ନିଜ ପୋଷାକ ରେ ନିଜର ନେମପ୍ଲେଟ ରହିବା ନିହାତି ଜରୁରୀ ଏମାନେ କଣ ପାଇଁ ସାଧା ପୋଷାକରେ ବୁଲୁଛନ୍ତି। କେଉଁ ନିୟମ ବଳରେ ଦଳିତ ନେତା ଶଙ୍କର ଦାଶଙ୍କୁ ଜେଲ ପଠାଇଲେ ତାହାର ଉଚିତ ଜବାବ ଦେବେ ଉଚ ନ୍ୟାୟଳୟରେ ବୋଲି ଶଙ୍କର ଦାଶ କହୁଛନ୍ତି। ଜିଲ୍ଲା ଏସପି ଏଥିପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ ବୋଲି ସାଧାରଣରେ ଦାବି। ଜଗତସିଂହପୁରରୁ ପ୍ରଫୁଲ୍ଲ କୁମାର ସାହୁଙ୍କ ରିପୋର୍ଟ ।