ଆମ୍ବୁଲାନ୍ସ ଧକାରେ ଦଶମ ଶ୍ରେଣୀ ଛାତ୍ରଙ୍କ ସମେତ ଦୁଇ ଆହତ

11

Get real time updates directly on you device, subscribe now.

କାମାକ୍ଷାନଗର(ସଂଘର୍ଷ ମିଡିଆ ) : -ଆମ୍ବୁଲାନ୍ସ ଧକାରେ ଦଶମ ଶ୍ରେଣୀ ଛାତ୍ର ଆହତ। ଆହତ ଛାତ୍ର ହେଲେ କଙ୍କିଳି ହାଇସ୍କୁଲର ଅମରେଶ ପ୍ରଧାନ। ଆହତ ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି।ସୂଚନା ଅନୁସାରେ ଅମରେଶ ତାଙ୍କ ବାପା କ୍ଷିରୋଦ ପଧାନ ଓ ସଂପର୍କିୟ ଭାଇ ପବିତ୍ର ସାହୁ ଏକ ବାଇକ ଯୋଗେ ମୁକ୍ତାପଶି ସ୍କୁଲରୁ ପରିକ୍ଷା ସାରି ନିଜ ଗ୍ରାମ କଙ୍କିଳିକୁ ଫେରୁଥିବା ବେଳେ ରେଙ୍ଗାଳି ବାମ କେନାଲ ନିକଟରେ ରାଉରକେଲାରୁ ଭୂବନେଶ୍ବର ଯାଉଥିବା ଏକ ଆମ୍ବୁଲାନ୍ସ ସହିତ ଦୁର୍ଘଟଣ ହୋଇଥିଲା। ଆହତ ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରି ସେହି ଆମ୍ବୁଲାନସରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More