ଆମ୍ବଝରୀ ଖଜୁରୀପଡା ଶିବ ମନ୍ଦିରରେ ରଜ ସଂକ୍ରାନ୍ତି ପାଳିତ

28

Get real time updates directly on you device, subscribe now.

ବୌଦ୍ଧ ( ସଂଘର୍ଷ ନ୍ୟୁଜ ) : ବୌଦ୍ଧ ସଦର ବ୍ଲକ ଆମ୍ବଝରୀ ଖଜୁରୀପଡା ଶିବ ମନ୍ଦିରରେ ପ୍ରତ୍ୟେକ ବର୍ଷଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରଜ ସଂକ୍ରାନ୍ତି ଉତ୍ସବ ପାଳନ ହୋଇଯାଇଛି l ସକାଳ 8ଘଣ୍ଟା ସମୟରେ ଶୁଭ କଳସ ସ୍ଥାପନ, ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା l ପୂଜାରେ କର୍ତ୍ତାଭାବେ ସପତ୍ନୀକ କୃତ୍ତିବାସ ପଲିଆ ଓ କୃଷ୍ଣାଞ୍ଜଳି ପଲିଆ କାର୍ଯ୍ୟ ତୁଲାଇଥିବା ବେଳେ ପୂଜକ ଭାବେ ରାମଚନ୍ଦ୍ର ପଣ୍ଡା, ମନ୍ଦିର ପୂଜକ ଭୁଲୁ ବଡ଼ମାଳି ପୂଜା କାର୍ଯ୍ୟ କରିଥିଲେ l ମନ୍ଦିରକମିଟି ପ୍ରତିଷ୍ଠାତା ସଦସ୍ୟ ବାମନ ଦେହୁରୀ, କଇରା ଜାଲ, ତ୍ରିପୁର ଝାଙ୍କର, ଅକ୍ରୁର ଝାଙ୍କର, କ୍ଷୀରlଣ୍ଣବ କର୍ଣ୍ଣ, ମନ୍ଦିର କମିଟୀ ସଭାପତି ପ୍ରେମାନନ୍ଦ ସାହୁ ଓ ସମ୍ପାଦକ ଅକ୍ଷୟ କର୍ଣ୍ଣଙ୍କ ତତ୍ୱାବଧାନରେ ପ୍ରତେକ ସଂକ୍ରାନ୍ତି, ଶିବ ରାତ୍ରୀ, ମକର ଯାତ୍ରା ପାଳନ ହେଉଅଛି l ଅଂଚଳର ଜନସାଧାରଣଙ୍କ ଏକ ପ୍ରମୁଖ ଉପାସନାସ୍ଥଳ ଭାବରେ ପ୍ରତିଷ୍ଠିତ ଅଟେ l ମନ୍ଦିର ପରିସରରେ ପାର୍ଶ୍ୱଦେବାଦେବୀ ଶୋଭା ପାଉଥିଲାବେଳେ ଗ୍ରାମର ଗୌନ୍ତିଆ ସ୍ବର୍ଗତ ଚକ୍ରଧର ଝାଙ୍କରଙ୍କ ଉଦ୍ୟମରେ ବିଭିନ୍ନ ଫଳ ଓ ପୁଷ୍ପ ବୃକ୍ଷରାଜି ଶୋଭା ପାଉଛି l ଅଂଚଳର ଜନସାଧାରଣଙ୍କ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ପଂଚାୟତ ତରଫରୁ ଏକ କଲ୍ୟାଣ ମଣ୍ଡପ ନିର୍ମାଣାଧୀନ ଥିବାବେଳେ l ଏଠାରେ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ପାନୀୟ ଜଳ ବ୍ୟବସ୍ଥା, ଆଲୋକୀ କରଣ ଓ ପାଚେରୀ ନିର୍ମାଣ ଜନସାଧାରଣଙ୍କ ଦାବୀ ହେଉଛି l ଏହି କାର୍ଯ୍ୟକ୍ରମକୁ ସାକାର ଙ ନିମନ୍ତେ ଯତୀନଦାସ ପଲିଆ, କ୍ଷେତ୍ର ଗାଈଗୌରିଆ, ସପ୍ତେ ଝାଙ୍କର , ଅଭି ଝାଙ୍କର, ସନାତନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ l ରିପୋର୍ଟ, ଉଗ୍ରସେନ କର୍ମୀ, ସଂଘର୍ଷ ନ୍ୟୁଜ, ବୌଦ୍ଧ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More