ଆମ୍ବଗାଁରେ ହଳଦୀ ଗୁଣ୍ଡ ପ୍ୟାକିଙ୍ଗ ୟୁନିଟର ଶୁଭାରମ୍ଭ

17

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତର ମିଶନ ଶକ୍ତି କାର୍ଯ୍ୟାଳୟରେ ମୁଖ୍ୟଅତିଥି ସରପଞ୍ଚ ପ୍ରତିମା ରଣାଙ୍କ ଦ୍ୱାରା ଆମ୍ବଗାଁ ପଞ୍ଚାୟତ ସ୍ତରୀୟ ହଳଦୀଗୁଣ୍ଡ ପ୍ୟାକିଙ୍ଗ ୟୁନିଟର ଶୁଭାରମ୍ଭ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀମତୀ ରଣା, ଏବଂ ସମ୍ମାନିତ ଅତିଥି ଭାବେ ୱାର୍ଡ ସଭ୍ୟ ରୁଷି ରଣା, ମହିଳା ସଙ୍ଘର ଏମବିକେ ଅଞ୍ଜଳି ସେଠି, ସଭାପତି ପଦ୍ମିନୀ ରଣା, ସମ୍ପାଦକ ମାଧୁରୀ ରଣା ମଞ୍ଚାସିନ ଥିଲେ l ଅନ୍ୟତମ ଅତିଥl ଭାବେ ବାଏରୀ ସନସ୍ ସଂସ୍ଥାର ବ୍ୟବସ୍ଥାପକ ବାକି ବାଏରୀ ରେଡ୍ଡୀ ଯୋଗଦେଇଥିଲେ l ଅତିଥି ମାନଙ୍କ ଦ୍ୱାରା ପ୍ୟାକିଙ୍ଗ ୟୁନିଟର ପୋଷ୍ଟର ମଧ୍ୟ ଉନ୍ମୋଚନ କରାଯାଇଛି l ଆମ୍ବଗାଁ ପଞ୍ଚାୟତ ସ୍ତରୀୟ ମହାସଂଘ ଯଥା ମା’ ଭଗବତୀ, ମା’ ଦୁର୍ଗା, ମା’ ଭୈରବୀ, ମା’ ମଙ୍ଗଳା, ମା’ ଭବାନୀ, ମା’ ବିମଳା ଓ ମା’ ମହାଲକ୍ଷ୍ମୀ ଆଦି ୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମିଳିତ ଉଦ୍ୟମରେ ପଞ୍ଚାୟତ ସ୍ତରୀୟ ହଳଦୀଗୁଣ୍ଡ ପ୍ୟାକିଙ୍ଗ ୟୁନିଟ ନିଜର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ସହଜ ମାର୍କେଟିଙ୍ଗ ସୁବିଧା ନିମନ୍ତେ ବାଏରୀ ସନସ୍ ଏଗ୍ରୋ ଇଣ୍ଡିଆ ସଂସ୍ଥା ପ୍ୟାକିଙ୍ଗ ବିକ୍ରୟ ଦାୟିତ୍ୱ ନେଇଛି l ଆଜି ହଳଦୀ ଗୁଣ୍ଡ ବିକ୍ରୟର ଶୁଭାରମ୍ଭ କରାଯାଇଥିଲା l ସରପଞ୍ଚ ଶ୍ରୀମତୀ ରଣା ସର୍ବ ପ୍ରଥମେ ଦୁଇ ପାକେଟ ହଳଦୀଗୁଣ୍ଡ କ୍ରୟ କରିଥିଲେ l କାର୍ଯ୍ୟକ୍ରମରେ ଜିଆରପିଏଲ ସଭାପତି, ସମ୍ପାଦକ, ଘଣ୍ଟାପଡା ଏମବିକେ ଶୁଭସ୍ମିତା ସାହୁ, ସିଆରପି, ଏବଂ ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ l ହଳଦୀ ଗୁଣ୍ଡ ପ୍ୟାକିଙ୍ଗ ୟୁନିଟ କରିବା ଦ୍ୱାରା ଘରେ ବସି ରହୁଥିବା ମହିଳା ମାନେ ସ୍ୱାବଲମ୍ବୀ ହେବା ସହ ବେକାର ଯୁବକ ଯୁବତୀମାନେ ମଧ୍ୟ ରୋଜଗାରକ୍ଷମ ହୋଇ ପାରିବେ ବୋଲି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଆଶାବ୍ୟକ୍ତ କରିଛନ୍ତି lରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More