ଆମେ ବସ୍ତିକୁ ଯିବା କାର୍ଯ୍ୟକ୍ରମରେ ଯୋଗ ଦେଲେ ଆଶାୟୀ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ

15

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ଆମେ ବସ୍ତିକୁ ଯିବା କାର୍ଯ୍ୟକ୍ରମରେ ଯୋଗ ଦେଲେ ଆଶାୟୀ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ | ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଶାନ୍ତ ସେଠୀ ଆସ ଆମେ ବସ୍ତିକୁ ଯିବା କାର୍ଯ୍ୟକ୍ରମରେ ସଖାଳୁ ସଖାଳୁ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ବନ୍ଧମୁଣ୍ଡାର ତିଲକାନଗର ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳବାସୀଙ୍କ ପାଖରୁ ଅଞ୍ଚଳ ର ଥିବା ବିଭିନ୍ନ ସମସ୍ୟା ଉପରେ ଅବଗତ ହୋଇଥିଲେ |ସାମାଜିକ ସ୍ତରରେ ବୁଢା, ବୁଢ଼ୀ, ବିଧବା, ଭିନ୍ନକ୍ଷମ ଯେଉଁ ମାନେ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି, ଏବଂ ଯେଉଁ ମାନେ ରାସନ କାର୍ଡ ନାହିଁ କି ରାସନ କାର୍ଡ ଥାଇ ମଧ୍ୟ ରାସନ ପାଇବାରୁ ବଞ୍ଚିତ ଅଛନ୍ତି, ଏବଂ ଅର୍ଥ ଅଭାବରୁ ଯେଉଁ ମାନେ ରୋଗଗ୍ରସ୍ତରେ ପଡିରହି ଚିକିତ୍ସାରୁ ବଞ୍ଚିତ ଅଛନ୍ତି ତାଙ୍କୁ କିପରି ସାହାଯ୍ୟ କରିହବ ଏପରି ସ୍ତରରେ ଲୋକମାନଙ୍କର ବିଭିନ୍ନ ସମସ୍ୟା କୁ ନେଇ ସରକାରୀ ସ୍ତରରେ ସରକାରୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଗୋଚର କରି ଯଥାସମ୍ଭବ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ |ପାଣି ଆସିବା ସମୟ ର କୌଣସି ଠିକ ଠିକଣା ନାହିଁ ଏବଂ ଡ୍ରେନ ନଥିବାରୁ ବର୍ଷା ଦିନେ ଅଳିଆ ପାଣି ଘର ଭିତରକୁ ପସିଯାଉଛି ବୋଲ ବସ୍ତି ବାସିନ୍ଦା ଅବଗତ କରାଇଥିଲେ,ଏହି କାର୍ଯ୍ୟକ୍ରମରେ ମଦନମୋହନ ଜେନା , ବାସନ୍ତୀ ଜେନା, ସନ୍ଧ୍ୟା ମୁଦୁଲୀ, ସଞ୍ଜୟ ବେହେରା ରଘୁନାଥ ସାହୁ ଦଶରଥ ରାଉତ, ସୌରଭ ଜେନା,ରାଜକୁମାର ମହାପାତ୍ର,ରତ୍ନାକର ସାମନ୍ତରାୟ, ସତ୍ୟ ରଞ୍ଜନ ଲେଙ୍କା, ରୋନିତ କୁମାର ସାମନ୍ତରାୟ, ସରୋଜ ନାୟକ, ସିମାଞ୍ଚଳ ଖଣ୍ଡୁଆଳ, ବିଶ୍ୱ ରଞ୍ଜନ ରାଉତ, ଜିତେନ୍ ମାଛଖଣ୍ଡ ଉପସ୍ଥିତ ଥିଲେ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More