ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

32

Get real time updates directly on you device, subscribe now.

ନବରଙ୍ଗପୁର/ଡାବୁଗାଁ(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ବଡଓଲମା ଆଶ୍ରମ ବିଦ୍ୟାଳୟ ଠାରେ ଶିକ୍ଷକ ଅଭିଭାବକ ସମ୍ମିଳନୀର ଏକ ନୂଆରୂପ ଅଭିଭାବକ ଜଣେ ଅଂଶୀଦାର(ଆମେ ଜାଣିବା ଆମେ ଜିଣିବା)ସମ୍ମିଳନୀ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଞ୍ଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ ଯୋଗ ଦେଇ ଆଜିର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଆମେ ଜାଣିବା ଆମେ ଜିଣିବା,ପିଲା ମାନଙ୍କୁ ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବା ଆଦି ଉପରେ ବ୍ୟାପକ ବୁଝାଇବା, ଏହା ସହ ଅଭିଭାବକ ଓ ଶିକ୍ଷକ ଙ୍କ ମଧ୍ୟରେ ସଦାସର୍ବଦା ସମନ୍ଵୟ ରକ୍ଷା କରିବା, ପିଲା ମାନଙ୍କୁ ବିଦ୍ୟାଳୟରୁ ବାରମ୍ବାର ଘରକୁ ନ ନେବା, ଛାତ୍ର, ଛାତ୍ରୀ ମାନଙ୍କ ପାଠ ପଢା ଉପରେ ଶିକ୍ଷକ ମାନଙ୍କ ଠାରୁ ବୁଝିବା ସହ ପ୍ରବଳ ବର୍ଷା ସତ୍ତ୍ୱେ ବହୁଳ ସଂଖ୍ୟାରେ ଅଭିଭାବକ ମାନେ ଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ | ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ବିଭାଗର ଅଧିକାରୀ ମାନେ ନିଜ ନିଜ ବିଭାଗରେ ଥିବା ସରକାରୀ ଯୋଜନା ଗୁଡିକ ଉପରେ ଅଭିଭାବକ ମାନଙ୍କୁ ଜଣାଇଥିଲେ | ସଭାଗୃହ ବାହାରେ ବିଭିନ୍ନ ବିଭାଗର ଥିବା ଷ୍ଟଲ ଗୁଡିକ ଛାତ୍ରୀ ଓ ଅଭିଭାବକ ମାନେ ବୁଲି ଦେଖିଥିଲେ | ଏଥିରେ ଛାତ୍ରୀ ମାନଙ୍କୁ ନେଇ ଝୋଟି, ପେଣ୍ଟିଙ୍ଗ, ତର୍କ, ସୃଜନଶୀଳ ଲିଖନ ଉପରେ ପ୍ରତିଯୋଗୀତା ହୋଇଥିଲା | ଏଥିରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ଏହି ବୈଠକରେ ସମ୍ମାନୀତ ଅତିଥି ଭାବେ ଆଶ୍ରମ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗଦୀଶ ଭତ୍ରା ବାଲ୍ୟବିବାହ ଓ ଅନ୍ଧବିଶ୍ୱାସରୁ ଦୂରରେ ରହିବା ଉପରେ ଆଲୋଚନା ରଖିଥିଲେ, ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ବିଶୋୟୀ, ସମାଜସେବୀ ସୁବାଶ ଚନ୍ଦ୍ର ବିଶୋୟୀ, ଜିଲ୍ଲା ପର୍ଯ୍ୟବେକ୍ଷକ ଫକୀର ରାଉତ, ବ୍ଲକ ପର୍ଯ୍ୟବେକ୍ଷକ ମହେଶ୍ଵର ନାଥ, ସହକାରୀ ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କୁମାର କାଣ୍ଡି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଉପରେ ଭଲ ମଣିଷ ହେବା ଦିଗରେ ବୁଝାଇଥିଲେ lଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ବଦ୍ରି ପ୍ରସାଦ ନାୟକ ୯ ବର୍ଷରୁ ୧୯ ବର୍ଷ ଛାତ୍ରଛାତ୍ରୀମାନଙ୍କ ର ବଢ଼ିବାର ସମୟ,ସ୍ୱାସ୍ଥ୍ୟ ପରିବର୍ତ୍ତନର ସମୟ, ଏହି ସମୟକୁ ବାପା, ମା, ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହ ଛାତ୍ରଛାତ୍ରୀମାନେ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ l ଫାର୍ମାଶିଷ୍ଟ ଦିଲ୍ଲୀପ ଗୁପ୍ତା, ଯୋଗାଣ ବିଭାଗ କମ୍ପ୍ୟୁଟର ସହାୟକ ସାମୁଏଲ ସାଧୁ, ଶିକ୍ଷୟତ୍ରୀ ରଶ୍ମିରେଖା ସ୍ଵାଇଁ ଓ ଦମୟନ୍ତୀ ସ୍ଵାଇଁ, ଶିକ୍ଷକ ଅସିତ ପଣ୍ଡା, ଗୌତମ ଦାଶ, ଉମାକାନ୍ତ ବିଶ୍ଵାଳ, ଅଫଜଲ ଅବଦୁଲ ଗଫର, ଜଗଦୀଶ ସାହୁ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ଶିକ୍ଷକ ଭୋଜରାଜ ମାଝି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଦେବାପରେ ସଭା ସାଙ୍ଗ କରଯାଇଥିଲା l ମଧ୍ୟାହ୍ନ ଭୋଜନ ବିରତି ପରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ସମସ୍ତଙ୍କୁ ଆପ୍ୟାୟିତ କରିଥିଲେ l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଜି ବିନୋଦ କୁମାର ଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More