ଆମକୁ ନ୍ୟାୟ ଦିଅ ନଚେତ୍ ଜିଲାପାଳଙ୍କ ଅଫିସ ସମୁଖରେ ମୋ ଛୁଆକୁ ଧରି ଆତ୍ମାହୁତି ଦେବି

15

Get real time updates directly on you device, subscribe now.

କେନ୍ଦ୍ରାପଡା (ସଂଘର୍ଷ ମିଡିଆ) : – ଆମକୁ ନ୍ୟାୟ ଦିଅ ନଚେତ ଜିଲାପାଳଙ୍କ ଅଫିସ ସମୁଖରେ ମୋ ଛୁଆକୁ ଧରି ଆତ୍ମାହୁତି ଦେବି । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଇଙ୍ଗିତରେ ମୋ ସ୍ବାମୀ ଓ ଦେଢଶୁରଙ୍କୁ ଥାନାକୁ ଡାକି ଗିରଫ କରିନେଲେ । ମୋ ଘର ଜାଳିଦେଲେ ଆମେ ବାସହରା ହୋଇଗଲୁ । ଏଭଳି ଚିତ୍କାର କରୁଥିବା ଜାଣେ ମହିଳାଙ୍କୁ ଆମ ପ୍ରତିନିଧି ସାକ୍ଷାତ କରିଥିଲେ । ରାଜନୈତିକ କ୍ରୋଦ୍ଧର ଶିକାର ହୋଇଛନ୍ତି ୨ ଦଳିତ ପରିବାର । ପାରିବାରିକ ଶତ୍ରୁତାକୁ କେନ୍ଦ୍ରକରି ଘରେ ନିଆଁ ଲଗାଇଦେଲେ କିଛି ଖଳପ୍ରକୃତିର ଲୋକ । ଜୀବନ ରକ୍ଷାକରୀ ସେମାନେ ଘରୁ ବାହାରି ଆସିଲେ , ହେଲେ ଘର ସମ୍ପୂର୍ଣ ଜଳିଗଲା । ହଁ ଦର୍ଶକ ବନ୍ଧୁ ଘଟଣାଟି ଘଟିଛି କେନ୍ଦ୍ର।ପଡା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମରେ । ପାରିବାରିକ ଶତ୍ରୁତାକୁ ନେଇ ସବୁ ଛାରଖାର ହୋଇଗଲା ୨ ପରିବାରର ଜୀବନ । ଥାନାରେ ଇତାଲା ଦେଲେ ହେଲେ ଥାନାଧୀକାରୀ ଉଭୟ ପକ୍ଷଙ୍କୁ ଡାକିଲେ , କ୍ଷତିଗ୍ରସ୍ତ ଇତଲାକାରୀଙ୍କୁ ଗିରଫ କଲେ । ନ୍ୟାୟକୁ ଆଖି ଠାର ଭଳି ବିପକ୍ଷ ଦଳର ୨ ଜଣଙ୍କୁ ଗିରଫ କରି ପରିସ୍ଥିତିକୁ ସମ୍ଭାଳି ନେଲେ । ହଁ ଦର୍ଶକ ବନ୍ଧୁ ନ୍ୟାୟ ପାଇଁ ଥାନାକୁ ଡୌଡୁଥିବା ଲୋକଟି କଣ ପାଇଲା ? ଘର ଗଲା , ଆସବାପତ୍ର ପୋଡିଗଲା , ଘରର ମୁରବି ଆଜି ଗିରଫ ହୋଇ ଜେଲ ଯିବ । ସେ ପରିବାର ଚଳିବେ କେମିତି ? ରାଜ୍ୟରେ ପ୍ରଚଣ୍ଡ ଖରା ଓ କାଳବୈଶାଖୀ ତାଣ୍ଡବ କରୁଥିବା ବେଳେ ସେମାନେ ମୁଣ୍ଡ ଗୁଞ୍ଜିବେ କେଉଁଠି ? ହଁ ଦର୍ଶକ ବନ୍ଧୁ ଯେଉଁ ମାନେ ମନ୍ତ୍ରୀଙ୍କ ଲୋକ ନୁହନ୍ତି ସେମାନେ କଣ ନ୍ୟାୟରୁ ବଞ୍ଚିତ ହେବେ ? ବ୍ଯୁରୋ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More