ଆପଣ ସ୍କୁଲରେ ମାଛ,ଭାତ ଖାଇବେ ଆମ ପିଲା ଉପାସ ରହିବେ, ୪ଜଣ ପିଲାକୁ ୨୪ଦର୍ଶାଇ ମଧ୍ୟାହ୍ନ ଭୋଜନ ଚାଲିଛି ହରିଲୁଟ, ଅଭିଯୋଗ ଆଣିଲେ ଅଭିବାବକ
ଭଦ୍ରକ(ସଂଘର୍ଷ ମିଡିଆ) : -ପୁଣି ବିବାଦରେ ବାସୁଦେବପୁରରେ ଥିବା ଗଦି ସରକାରୀ ପ୍ରାଥମିକ ବିଦ୍ୟାଳୟ। ଗତ କିଛି ଦିନ ଧରି ଆର୍ଥିକ ଅନୁଦାନ ଅର୍ଥ ହେରଫେର ଘଟଣାକୁ ନେଇ ବିଦ୍ୟାଳୟରେ ଧାରଣାରେ ଅବିଭାବକ ବସିଥିବା ବେଳେ ଆଉ ଏକ ଅଭିଯୋଗ ସାମ୍ମାନାକୁ ଆସିଛି। ଆଜି ମାତ୍ର ୪ଜଣ ପିଲା ବିଦ୍ୟାଳୟକୁ ଆସିଥିବାରୁ ମଧ୍ୟାହ୍ନ ଭୋଜନ ରୋଷେଇ ହୋଇନଥିଲା। କିନ୍ତୁ ବିଦ୍ୟାଳୟର କତ୍ତୃପକ୍ଷ ୨୪ଜଣ ପିଲା ଆସିଥିବା ସିଆରସିସିଙ୍କୁ ଏସ.ଏମ.ଏସ କରିଛନ୍ତି ।ଘଟଣା ସମ୍ପର୍କରେ ସିଆରସିସିଙ୍କ ଠାରୁ ସତ ଜାଣିବା ପରେ ଶିକ୍ଷା ପରିଚାଳନା କମିଟିର ସଭାପତି ମିନତୀ ନାୟକ ସମେତ କିଛି ଅବିଭାବକ ଶିକ୍ଷକଙ୍କୁ ଏବିଷୟରେ ପଚାରିଥିଲେ । ଆପଣ ସ୍କୁଲରେ ମାଛ ଭାତ ଖାାଇବେ, ଆମ ପିଲା ଉପାସରେ ରହିବେ କହି ହୋହାଲା କରିଥିଲେ ଅବିଭାବକ। ଘଟଣା ସମ୍ପର୍କରେ ବିଦ୍ୟାଳୟର ସହକରୀ ଶିକ୍ଷକ ଇନ୍ଦ୍ରମଣି ବେହେରା କହନ୍ତି ପ୍ରଧାନ ଶିକ୍ଷୟତ୍ରୀ ଛୁଟିରେ ଥିବାରୁ ଆଟେଣ୍ତାସ ଖାତା ମୋ ପାଖରେ ନାହିଁ। ଗ୍ୟାସ ଖରାପ,ମୋତେ ଚାର୍ଜ ଦେଇନାହାନ୍ତି ଖାଲି ଏମିତି ଦାୟୀତ୍ୱ ଦେଇଥିବା କଥା କହିଥିବା ବେଳେ ୪ଜଣ ନୁହେଁ ୭ ଜଣ ପିଲା ସ୍କୁଲକୁ ଆସିଥିବା କହି ଆଉ କୈାଣସି ପ୍ରଶ୍ନର ଉତ୍ତର ଦେଇପାରି ନଥିଲେ ।