ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲ୍ଲା ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଜିଲ୍ଲା ଭିନ୍ନକ୍ଷମ ସଶସ୍ତିକରଣ ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ- ୨୦୨୨ପାଳନ ସମାରୋହ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଯୋଗଦେଇ କହିଲେ ଦିବ୍ୟାଙ୍ଗମାନେ ସମାଜରେ ଅଲୋଡା ନୁହନ୍ତି ସେମାନଙ୍କର ପ୍ରତିଭାର ବିକାଶ ହେଲେ ସେମାନେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିବେ । ଏପରିକି ଦିବ୍ୟାଙ୍ଗ ମାନେ କେବେବି ମନକୁ ଆଣନ୍ତୁ ନାହିଁ ମୁଁ ଜଣେ ଅକ୍ଷମ ବୋଲି।ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଯୋଗାଇଦେଉଛନ୍ତି ।ତେଣୁ ପ୍ରତ୍ୟେକ ଦିବ୍ୟାଙ୍ଗ ସମସ୍ତ ସରକାରୀ ସୁବିଧାସୁଯୋଗ ନେବା ଦରକାର ବୋଲି ମତବ୍ୟକ୍ତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ , ଏଡିଏମଓ ମେଡିକାଲ ନିମାଇଁ ଚରଣ ନାୟକ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟନାୟକ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ଯୋଗଦେଇ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସର ଅନୁଚିନ୍ତା ଓ ସରକାରୀ ସ୍ତରରେ ଥିବା ପ୍ରୋତ୍ସାହନ ସମ୍ପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଣେ ଦିବ୍ୟାଙ୍ଗକୁ ସକ୍ଷମ ବ୍ୟକ୍ତି ବିବାହ କରିଥିବାରୁ ସମ୍ପୃକ୍ତ ଦମ୍ପତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାର ସରକାରଙ୍କ ସହାୟତା ରାଶି ପ୍ରଶାସନ ପକ୍ଷରୁ ପ୍ରଦାନ କରାଗଲା ଓ ଶେଷରେ ଦିବ୍ୟାଙ୍ଗମାନଙ୍କୁ ଟ୍ରାଇସାଇକେଲ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ଜିଲା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କର୍ମଚାରୀ ମାନେ ପରିଚାଳନାରେ ସହାୟତା କରିଥିଲେ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।