ଆନ୍ତର୍ଜାତୀୟ ତୃତୀୟ ଲିଙ୍ଗୀ ଦୃଶ୍ୟମାନତା ଦିବସ ପାଳିତ

17

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆନ୍ତର୍ଜାତୀୟ ତୃତୀୟ ଲିଙ୍ଗୀ ଦୃଶ୍ୟମାନତା ଦିବସ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିରେନ୍ଦ୍ର କୁମାର ଦାସ, ଅନ୍ୟ ତମ ଅତିଥି ଭାବେ ଖାଉଟି ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା, SWSSର ପି ସୁନିତା ଓ ଗଜପତି କିନ୍ନର ସଙ୍ଘର ସମ୍ପାଦକ ଯସ୍ମୀନ ସିଂ ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମକୁ ସଂଗ୍ରାମ ଶେଖର ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରି ଥିବା ବେଳେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଯେଉଁ କିନ୍ନର ମାନେ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ଉଦ୍ଦେଶ୍ୟ ରେ ନିରବ ପ୍ରାର୍ଥନା କରାଯାଇଥିଲା।ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି କିନ୍ନର ମାନଙ୍କୁ ଶିକ୍ଷା, ନିର୍ଯୁକ୍ତି, ସ୍ୱାସ୍ଥ୍ୟ, ବାଣିଜ୍ୟ ଓ ସମ୍ପତ୍ତି କ୍ଷେତ୍ରରେ ସମାନ ଅଧିକାର ଦେବା।ଶେଷରେ ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ଗଜପତି ଜିଲ୍ଲାରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More