ଆନନ୍ଦ ଚନ୍ଦ୍ର ଜେନାଙ୍କ ସ୍ମୃତିରେ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

11

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) -: ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ସୃତି କମିଟି ଆନୁକୂଲ୍ୟରେ କେୟାର ହସ୍ପିଟାଲ ସହଯୋଗ କ୍ରମେ ଆଜି କେନ୍ଦ୍ରାପଡ଼ା ଟାଉନ ହଲ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ଦୁର୍ଗା ପ୍ରସାଦ ମହାରଣା ଥିବା ବେଳେ ଜିଲ୍ଲା ପରିଷଦ ସଭାନେତ୍ରୀ DRDA ଗୀତାଞ୍ଜଳି ସେଠୀ,CDMO ଅନିତା ପଟ୍ଟନାୟକ,ପୌରସଂସ୍ଥା ଅଧକ୍ଷା ସରିତା ସାହୁ, ଶିବା ନନ୍ଦ ଆଶ୍ରମ ସ୍ରଷ୍ଟା ଦିବ୍ୟ ସ୍ୱରୂପା ନନ୍ଦ ସରସ୍ବତୀ ବିଶିଷ୍ଟ ସମାଜସେବୀ ତଥା ଧନଞ୍ଜୟ ଚାରିଟେବୁଲ ଟ୍ରଷ୍ଟ ଅଧକ୍ଷ ଭଗବାନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶାର ସୁନାମ ଧନ୍ୟ ହୃଦ ରୋଗ ବିଶେସଜ୍ଞ ଡା. ମହେନ୍ଦ୍ର ତ୍ରିପାଠୀଙ୍କ ନେତୃତ୍ୱ କ୍ରମେ 10ଜଣିଆ ବିଭିନ୍ନ ବିଭାଗ ଡାକ୍ତର ଟିମ ଏହି ଶିବିରରେ ପହଞ୍ଚି ଲୋକ ମାନଙ୍କ ଚିକିତ୍ସା କରିଥିଲେ । ଏହି ମାଗଣା ସ୍ୱାସ୍ଥ୍ୟ ସେବା ଶିବିରରେ କେନ୍ଦ୍ରାପଡ଼ାଜିଲ୍ଲାର କୋଣ ଅନୁକୋଣରୁ ଲୋକ ମାନେ ଚିକିତ୍ସା ପାଇଁ ଆସିଥିଲେ. ଏହି ଶିବିରରେ ମୁଖ୍ୟତଃ ହୃଦ, ଚକ୍ଷୁ , ଅସ୍ତି, ସର୍ଜରୀ, ମେଡ଼ିସିନ ଆଦି ବିଭାଗ ଆସିଥିବା ବେଳେ ପରୀକ୍ଷଣ ପାଇଁ ଇସିଜି ଉଚ୍ଚ ରକ୍ତ ଚାପ ମାପ ଯନ୍ତ୍ର, ମେଡ଼ିସିନ ଗୁଡିକ ସୁବିଧା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ 200ରୁ ଉର୍ଦ୍ଧ ଲୋକେ ଚିକିତ୍ସା ସୁବିଧା ଉପଲବ୍ଧି କରିଥିବାର ଦେଖିବାକୁ ମିଳିଥିଲା. ଆନନ୍ଦ ଚନ୍ଦ୍ର ଜେନାଙ୍କ ନାତି ତଥା ଆଇନଜୀବୀ ସଞ୍ଜୟ କୁମାର ଜେନା ଶିବିରକୁ ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More