ଆନନ୍ଦ ଉଲ୍ଲାଶର ସହ ରାମଲୀଳା ଯାତ୍ରା ସମ୍ପନ୍ନ

15

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ନରସିଂହପୁର ବ୍ଲକରେ ବିଭିର୍ଣ ଜାଗାରେ ଶେଷ ହୋଇଛି ରାମଲୀଳା ।ଏହି ପରମ୍ପରାକୁ ନେଇ ଗାଁ ଠୁ ସହର ପର୍ଯନ୍ତ ଉତ୍ସବ ମୁଖର ହୋଇଥିବା ବେଳେ ଗାଁ ଗହଳିରେ ଯୁବକ ମାନେ ଏକଜୁଟ ହୋଇଏହି ପରମ୍ପରାକୁ ବଜାୟ ରଖିଛନ୍ତି। ସରକାରଙ୍କର ବିନା ସାହାଯ୍ୟ ସହଯୋଗରେ ଗ୍ରାମରେ ସମସ୍ତେ ଏକଜୁଟ ହୋଇ ରାମ ନବମୀ ଠାରୁ ସଂକଳ୍ପ ରେ କଳାକାର ମାନେ ରହିଥାନ୍ତି ।ରାମ ନବମୀ ଠାରୁ ରାବଣ ବଧ ପର୍ଯ୍ୟନ୍ତ ନାଟକ ପରିବେଷଣ କରିଥାନ୍ତି ।ଏହି ନାଟକ ଦେଖିବା ପାଇଁ ଗାଁ ର ଆଖପାଖ ଅଞ୍ଚଳର ଦର୍ଶକ ମାନେ ବେଶ ନାଟକକୁ ଉପଭୋଗ କରିଥାନ୍ତି । ତେବେ ଏହି ରାମଲୀଳା ନରସିଂହପୁର ବ୍ଲକର ବାଲିଝରି ର କୁରାଞ୍ଜ ,ବାରବାଟୀ, ଏକଡ଼ାଳ, କାକୁଡ଼ିଆ ,ଗୁହାଳ ସାହି ,ନିମସାହି ,ଓସ୍ତପଡା, ନଖପଡା ,ପାଏକପଡା ପାଟଣାର ରଘୁନାଥ ମନ୍ଦିର ରେ ଏକୋଇସି ଦିନ ଧରି ରାମଲୀଳା ନାଟକ ପରିବେଷଣ ହେବା ସହ ଏହା ଶହେ ବର୍ଷରୁ ଉର୍ଦ୍ଧ ହେବ ଏହିଭଳି କାର୍ଯ୍ୟକ୍ରମ କୁ ବଞ୍ଚାଇ ରଖିଛନ୍ତି ।ସରକାର ଯଦି ଏଥିପ୍ରତି ଦୁର୍ଷ୍ଟି ଆକର୍ଷଣ କରନ୍ତେ ନରସିଂହପୁରରେ କଳା ସଂସ୍କୃତି ଆଗକୁ ବଞ୍ଚିପାରିବ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More