ଆନନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

17

Get real time updates directly on you device, subscribe now.

ଆନନ୍ଦପୁର(ସଂଘର୍ଷ ମିଡିଆ) :- ଆନନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଇତି ଭାଦୁଡି ଓ ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ଲକ୍ଷ୍ମୀ ଦେଇ ଅବସର ଗ୍ରହଣ କରିଥିବା ବେଳେ ଆଜି ବିଦ୍ୟାଳୟର ପରମ୍ପରା ଓ ସମ୍ପୃକ୍ତ ଶିକ୍ଷୟତ୍ରୀ ଙ୍କ ସମ୍ମାନାର୍ଥେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆନନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁଶାନ୍ତି ପାଣିଗ୍ରାହୀଙ୍କ ସଂଯୋଜନାରେ ଉକ୍ତ ସଭାରେ ସଭାପତି ଭାବେ ଜିଲ୍ଲା ସଭାପତି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ କେନ୍ଦୁଝର ର ଶ୍ରୀଯୁକ୍ତ ଅତୁଲ କୁମାର ବଳ,ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଆନନ୍ଦପୁର ଶ୍ରୀଯୁକ୍ତ ହେମେନ୍ଦ୍ର ନାଥ ମହାନ୍ତି,ସମ୍ମାନିତ ଅତିଥି ଭାବେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ରମାକାନ୍ତ ନାୟକ ମହୋଦୟ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ରବିନାରାୟଣ ମିଶ୍ର,ଶ୍ରୀଯୁକ୍ତ ସନ୍ତୋଷ କୁମାର ଜେନା,ଶ୍ରୀଯୁକ୍ତ ମଦନ ମୋହନ ମୁଦୁଲି,ବିଦ୍ୟାଳୟ ପରିଚାଳନା କମିଟି ସଭାପତି କନକ ମୁଖୀ ପ୍ରମୁଖ ଯୋଗଦେଇଥିବା ବେଳେ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଅତିଥି ବୃନ୍ଦଙ୍କୁ ପୁଷ୍ପ ଗୁଛ ପ୍ରଦାନ କରି ସ୍ବାଗତ କରିବା ସହ ସ୍ବାଗତ ଗାନ ପରିବେଷଣ କରିଥିଲେ । ପ୍ରଥମେ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ମାନଙ୍କୁ ଦୀପ ବନ୍ଦନା ସହ ପୁଷ୍ପ ଗୁଛ ପ୍ରଦାନ କରାଯାଇ ବିଦ୍ୟାଳୟ କୁ ଆମନ୍ତ୍ରଣ କରାଯାଇଥିବା ବେଳେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ଜୋଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ପରେ ପରେ ଅତିଥି ପରିଚୟ ପ୍ରଦାନ ସ୍ବାଗତ ଭାଷଣ ,ସ୍ମୃତି ଚାରଣ କରାଯାଇ ମୁଖ୍ୟ ଅତିଥିଙ୍କ ଦ୍ଵାରା ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ମାନଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରିଥିବା ବେଳେ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ ଯାପନ ପାଇଁ ମା ତାରିଣୀ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ସ୍କୁଲ ପରିଚାଳନା କମିଟି ସଦସ୍ୟ,ମୋ ସ୍କୁଲ ଅଭିଯାନ କମିଟି ସଦସ୍ୟ,ପୁରାତନ ଛାତ୍ର ଛାତ୍ରୀ,ଅଭିଭାବକ,ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। କେନ୍ଦୁଝର ଆନନ୍ଦପୁର ରୁ ଵ୍ୟୁର୍ ରିପୋର୍ଟ ସଙ୍ଘର୍ଷ ନିଉଜ୍

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More