ଆନଥେମ ପରୀକ୍ଷା କେନ୍ଦ୍ରରେ ଅବବ୍ୟବସ୍ଥା, ଭୋକ ଉପାସରେ ଛାତ୍ର ଛାତ୍ରୀ ହଟହଟା

16

Get real time updates directly on you device, subscribe now.

ଭୁବନେଶ୍ଵର(ସଂଘର୍ଷ ମିଡିଆ) : -ଆଜି ଓୟୁଏଟି ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ପଟିଆ ଠାରେ ଥିବା ଟିସିଏସ ଆଇଓଏନ ପରୀକ୍ଷା କେନ୍ଦ୍ରରେ ନିର୍ଦ୍ଧାରିତ ସମୟରେ ପରୀକ୍ଷାର୍ଥୀ ପ୍ରବେଶ କରିଥିଲେ ମଧ୍ୟ ଛାତ୍ର ଛାତ୍ରୀମାନେ ଦୀର୍ଘ ସମୟ ଧରି ଅସହ୍ୟ ଗୁଳୁ ଗୁଳିରେ ବସିରହିଥିଲେ। ଯାହା ଫଳରେ ଛାତ୍ର ଛାତ୍ରୀଙ୍କ ଅଭିଭାବକ ମହଲରେ ଘୋର ଅସନ୍ତୋଷ ଦେଖା ଦେଇଥିଲା।ଅଭିଭାବକ ମାନଙ୍କ ଠାରୁ ପ୍ରକାଶ ଯେ ଦିନ ଏଗାରଟାରେ ଛାତ୍ର ଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାକୁ ଅନୁମତି ଥିବା ବେଳେ ଦିନ12ଟା30ମିନିଟରେ ପରୀକ୍ଷା ଆରମ୍ଭ ହୋଇ ଦିନ2ଟା30ମିନିଟ ସମୟରେ ସରିବା କଥା କିନ୍ତୁ ପରୀକ୍ଷା ଦିନ5ଟାବେଳେ ସରିବାରୁ ପିଲା ମାନେ ଭୋକ ଉପାସରେ ଅସହ୍ୟ ଗରମରେ ପରୀକ୍ଷା ଦେବାକୁ କେନ୍ଦ୍ର କରି ପରୀକ୍ଷା କେନ୍ଦ୍ର ନିକଟରେ ଚାପା ଉତେଜନା ଦେଖାଦେଇ ଥିଲା।ତେବେ ଏଭଳି ପରୀକ୍ଷା କେନ୍ଦ୍ରକୁ ଓୟୁଏଟି ପକ୍ଷରୁ ପୁନର୍ବାର ଚୟନ ନକରିବାକୁ ଅଭିଭାବକ ମହଲରେ ଦାବୀ ହୋଇଛି।ତେବେ ଦୂରଦୂରାନ୍ତଯଥା ସମ୍ବଲପୁର, କଳାହାଣ୍ଡି, ନୟାଗଡ଼, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଗଂଜାମ ଇତ୍ୟାଦି ଜିଲାରୁ ପରୀକ୍ଷାର୍ଥୀ ମାନେ ଏକ ପ୍ରକାର ହଟହଟା ହୋଇଥିବା ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More