ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ବିଶ୍ୱ ଆଦୃତ ଆନନ୍ଦ ଅନୁଭୂତି ଶିବିର ଆୟୋଜନ

16

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ଏନ ଏ ସି ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ସାରା ବିଶ୍ୱରେ ଆଦୃତ ସୁଦର୍ଶନ କ୍ରିୟା ଆନନ୍ଦ ଅନୁଭୂତି ଶିବିର ଗତ ୬ତାରିଖ ଠାରୁ ଆରମ୍ଭ ହୋଇ ୧୧ ତାରିଖରେ ସମାପନ ହୋଇଯାଇଛି । ବୌଦ୍ଧରେ ୬ ଦିନିଆ କର୍ମଶାଳାରେ ୨୫ ଜଣ ଅଂଶ ଗ୍ରହଣ କରିଥିଲେ l ଆର୍ଟ ଅଫ ଲିଭିଂର ଶିକ୍ଷକ ଓ ଶିକ୍ଷୟତ୍ରୀ ଭାବେ ସର୍ବଶ୍ରୀ ରଞ୍ଜନ କୁମାର ସାହୁ ଏବଂ ଶ୍ରୀମତୀ ପ୍ରମିଳା ନାଥ ଉପସ୍ଥିତ ରହି ଶିବିରାର୍ଥି ମାନଙ୍କୁ ଉଦ୍ଭୋଦନ ଦେଇଥିଲେ l ବରୁଣ କୁମାର ମହାନ୍ତ,ଗୀତିଶ୍ରୀ ମହାନ୍ତି, ଡା.ମମତା ମିଶ୍ର ପ୍ରମୁଖ ଯୋଗଦେଇ ଅଂଶ ଗ୍ରହଣକାରିଙ୍କୁ ଜୀଵନରେ ବଞ୍ଚିବାର କଳା ସହିତ ଶାରୀରିକ ସୁସ୍ଥତା ଓ ମାନସିକ ଶାନ୍ତି, ଏକାଗ୍ରତା, ଦୃଢ ଆତ୍ମବିଶ୍ୱାସ, ପାରିସ୍ପରିକ ସୁସମ୍ପର୍କରେ ଉନ୍ନତି, ଅଧ୍ୟାତ୍ମୀକତାର ବିକାଶ, ଚିନ୍ତାମୁକ୍ତ ଏବଂ ଆନନ୍ଦମୟ ଜୀଵନ, ସାଧାରଣ ମଣିଷ ଜୀବନରେ ଚାଁହୁଥିବା ମାନସିକ ଦୁଶ୍ଚିନ୍ତା ଓ ବିଷlଦରୁ ମୁକ୍ତି, ମାନସିକ ଉଦବେଗ ଓ ଉତ୍କଣ୍ଠା ରୁ ମୁକ୍ତି, ଅବସାଦ, ଭୟ ଓ ଆଶଙ୍କାରୁ ମୁକ୍ତି ଓ ନକରାତ୍ମକ ଚିନ୍ତା ରୁ ମୁକ୍ତି ଇତ୍ୟାଦି ଉପରେ ଶିକ୍ଷ୍ୟI ପ୍ରଦାନ କରିଥିଲେ l ଶେଷ ଦିନରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା l ଉକ୍ତ ଶିବିରକୁ ସୁଚାରୁ ଭାବେ ପରିଚାଳନା କରିଥିଲେ ବିଜୟ କୁମାର ପ୍ରଧାନ, ସୁଜ୍ଞାନ କୁମାର ପାତ୍ର, ଦେବାଶିଷ ପୁରୋହିତ ସୁବର୍ଣ୍ଣା ନାୟକ, ସୁନିତା ଦାସ ଇତ୍ୟାଦି l ଶେଷରେ କୃତ୍ତିବାସ ପଲିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଆସନ୍ତା ନଭେମ୍ବର ମାସ ୧ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଏକ ମେଗା ହlପିନେସ ଶିବିର ବୌଦ୍ଧରେ ଆୟୋଜନ କରାଯିବାର ନିଷ୍ପତ୍ତି ନିଆଯାଇଛି lରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More