ଆଧ୍ୟାତ୍ମିକତା ଓ ସାମ୍ବାଦିକଙ୍କ ଭୂମିକା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

23

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ) : -ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ରେଈଶ୍ୱରୀୟ ପ୍ରଜାପତି ବ୍ରହ୍ମ କୁମାରୀ ବିଶ୍ଵବିଦ୍ୟାଳୟରେ ସାମ୍ବାଦିକ ଓ ଆଧ୍ୟାତ୍ମିକତାକୁ ନେଇ ମହାମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସରକlରଙ୍କ ଆଜାଦି କା ଅମୃତ ଜରିଆରେ ଯୋଡ଼ି ହେବା ପାଇଁ ଶିବ ଜୋତି ଧ୍ୟାମ ତରଫରୁ ଏକ ସାରା ଭାରତ ଶାନ୍ତି, ପ୍ରେମ,ମୈତ୍ରୀ ଆଚାର ବ୍ୟବହାରକୁ ସୁଚାର ରୂପରେ ଗଢିଉଠିବା ଓ ସମସ୍ତଙ୍କ ସହିତ ଯୋଡ଼ି ହେବା ଓ ନୂତନ ଭାରତ ଗଠନରେ ସହଯୋଗ ପାଇଁ ମିଡ଼ିଆଙ୍କ ଜରିଆରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଏସ.ଯେ.ସୁକାନ୍ତ ବିଶ୍ୱାଳ,ଜିଲ୍ଲା ପରିଷଦ ଖୋର୍ଦ୍ଧା ଉପ ସଭାପତି ଗୋପୀନାଥ ମହାରଣା, ଷ୍ଟେଟ ମିଡ଼ିଆ କୋଡିନେଟର ବି କେ. ନଥମାଲ, ମୋଟିଭେଶନାଲ ସ୍ପିକର, ଫରିଦାବାଦର ବି.କେ. ପୂନମ ବର୍ମା, ସମେତ ଈଶ୍ୱରୀୟ ପ୍ରଜାପତି ବ୍ରହ୍ମହକୁମାରୀ ଭାଇଭଉଣୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ l ଏହି କାର୍ଯ୍ୟକ୍ରମକୁ ଚିଲିକା, ବାଲୁଗାଁ, ବାଣପୁର ନାଚୁଣୀ ଓ ଟାଙ୍ଗୀ ଅଞ୍ଚଳରୁ ଆସିଥବା ସାମ୍ବାଦିକ ମାନଙ୍କୁ ଫୁଲ ଚନ୍ଦନ ଓ ମାନପତ୍ର ଦେଇ ସଂମ୍ମାନିତ କରାଯାଇଛି ଥିଲା l ଆଲୋଚନା ସଭା ଶେଷ ହେବା ପରେ ପ୍ରଜାପତି ବ୍ରହ୍ମକୁମାରୀ ବିଶ୍ୱ ବିଦ୍ୟାଳୟରେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା l ତେବେ ଆସନ୍ତୁ ଦେଖିବା ପ୍ରଜାପତି ବ୍ରହ୍ମକୁମାରୀ ବିଶ୍ୱ ବିଦ୍ୟାଳୟର ଭାଇ ଭଉଣୀମାନେ କଣ କହୁଛନ୍ତି । ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More