ଆଧୁନିକ ଯୁଗରେ ଭଗବାନଙ୍କର ଏ କି ଲୀଳା ?

17

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) :- କଥାରେ ଅଛି ଭଗବାନଙ୍କୁ ମାନିଲେ ଠାକୁର ନ ମାନିଲେ ପଥର । ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ ଏଭଳି ଏକ ଭିଡିଓ ଦେଖେଇବୁ ଯାହା ଆପଣ ବି ଦେଖି ଚକିତ ହୋଇଯିବେ । ଆଉ ଯଦି ମନରେ ଭଗବାନଙ୍କ ପ୍ରତି ବିଶ୍ୱାସ ଅଛି ଆପଣ ବି ଆଶ୍ଚର୍ଯ୍ୟ ହେଇ ଯିବେ । ଏ ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ବାଉଁଶୁଣି ବସ୍ ଷ୍ଟାଣ୍ଡ ପାଖରେ ଥିବା ଲଳିତ ଅଗ୍ରୱାଲଙ୍କ ଘରେ । ଆଜି ଲଳିତ ସକାଳୁ ନିଜର ନିତ୍ୟକର୍ମ ସାରିବା ପରେ ପ୍ରତିଦିନ ପରି ଠାକୁର ପୂଜା ସାରି ନିଜର ବ୍ୟବସାୟକୁ ଚାଲି ଯାଇଥିଲେ । ତାଙ୍କ ସ୍ତ୍ରୀ ସଙ୍ଗୀତା ମଧ୍ୟ ପିଲାଙ୍କୁ କୋଚିଙ୍ଗ ସାରିବା ପରେ ନିଜ ସ୍ବାମୀଙ୍କୁ ଜଳଖିଆ ଖାଇବା ପାଇଁ ଡାକିଥିଲେ l ହେଲେ ଲଳିତ ଘରକୁ ଆସି ଦେଖିବା ବେଳକୁ ଘରର ବିଭିନ୍ନ ସ୍ଥାନରେ ତୁଳସୀ ପତ୍ର ପଡ଼ିଥିବାର ଦେଖିଥିଲେ । ଠାକୁର ଘରେ ଭଗବାନ ଶ୍ରୀକୃଷ୍ଣ ନଥିବା ଦେଖି ଘରର ଚାରିପଟେ ଖୋଜିବାରେ ଲାଗିଥିଲେ ପୁରା ପରିବାର । ହେଲେ ହଠାତ୍ ତାଙ୍କ ଝିଅ ବାରିପଟ ଆମ୍ବ ଗଛରେ ବସିଥିବା ଦେଖି ପରିବାର ଲୋକଙ୍କୁ ଡାକିଥିଲେ । ଘଟଣାଟି ପ୍ରଘଟିତ ହେବା ପରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖିବା ପାଇଁ ଲାଗିଥିଲା ଲୋକଙ୍କ ଭିଡ଼ । ବର୍ତ୍ତମାନ ଆଧୁନିକ ଯୁଗରେ ହୁଏତ କିଏ ବିଶ୍ୱାସ କରନ୍ତୁ ବା ନ କରନ୍ତୁ କିନ୍ତୁ ପରିବାର ଲୋକଙ୍କ କହିବା ଅନୁଯାୟୀ ଲଳିତଙ୍କ କେବଳ ଦୁଇଟି ଝିଅ, ନିଜର ପୁଅ ନଥିବାରୁ ଠାକୁର ଘର ଶ୍ରୀକୃଷ୍ଣ ଭଗବାନଙ୍କୁ ନିଜ ପୁଅ ଭଳି ମାନନ୍ତି ତାଙ୍କ ସ୍ତ୍ରୀ ସଙ୍ଗୀତା । ଯାହାକି ଆଜି ଏ ପ୍ରଥମ ଥର ନୁହେଁ ଆଗରୁ ମଧ୍ୟ କେତେବେଳେ ରୋଷେଇ ଘର ତ ଆଉ କେତେବେଳେ ଘରର ବିଭିନ୍ନ ସ୍ଥାନରେ ଦେଖାଦିଅନ୍ତି ଭଗବାନ ଶ୍ରୀକୃଷ୍ଣ । ଯାହାକି ସଙ୍ଗୀତାଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ଏଭଳି ଲୀଳା ଖେଳା କରୁଥିବା କହିଛନ୍ତି । ଆଜି ଅଞ୍ଚଳରେ ଏ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More