ଆଦିମ ଜନଜାତି ସଂଗ୍ରହାଳୟ ଉଦଘାଟନ କଲେ ଜିଲ୍ଲାପାଳ

35

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଚନ୍ଦ୍ର ଗିରି ଠାରେ ଆଦିମ ଜନଜାତି ମାନଙ୍କର ଏକ ସଂଗ୍ରହାଳୟ ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡାଙ୍କ ଦ୍ଵାରା ଉଦଘାଟନ ହୋଇ ଯାଇଛି। ଚନ୍ଦ୍ରଗିରି ଦେଶ ବିଦେଶରେ ପର୍ଯ୍ୟଟନ ଲାଗି ବେଶ ପରିଚିତ ଥିବା ବେଳେ ଆଜି ସେଥିରେ ଆଉ ଗୋଟେ ପର୍ଯ୍ୟଟନ ସ୍ଥଳ ଯୋଡି ହୋଇ ଯାଇଛି ଆଦିବାସୀ ମାନଙ୍କ ଦୈନନ୍ଦିନ ବ୍ୟବହୃତ ସାମଗ୍ରୀର ସଂଗ୍ରହାଳୟ।ଆଦିବାସୀ ମାନଙ୍କ ନିତ୍ୟ ବ୍ୟବହୃତ ସାମଗ୍ରୀକୁ ସଉରା ଉନ୍ନୟନ ସଂସ୍ଥାସଂଗ୍ରହ କରି ସଂଗ୍ରହାଳୟରେ ସ୍ଥାନ ଦେଇ ଏହାକୁ ଏକ ପର୍ଯ୍ୟଟନ କ୍ଷେତ୍ରର ପରିଚୟ ଦେଇଛନ୍ତି। ଏହି କାର୍ଯ୍ୟାଳୟରେ ଆଦିବାସୀ ମାନଙ୍କ ଘର ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହୃତ ଜିନିଷ ସହ ପ୍ରୋଜେକ୍ଟ ର ମାଧ୍ୟମରେ ସେମାନଙ୍କ ଜୀବନ ଶୈଳୀ ଦେଖିବାକୁ ପାଇବେ।ଘର କାନ୍ଥରେ ସେମାନଙ୍କ ଜୀବନ ଶୈଳୀର ଝୋଟି,ସେମାନଙ୍କ ପୋଷାକ,ଗହଣା,ବାଦ୍ୟ,ଅସ୍ତ୍ରଶସ୍ତ୍ର ,ଚାଷ ପାଇଁ ବ୍ୟବହୃତ ଲଙ୍ଗଳ ତଥା ଅନ୍ୟାନ୍ୟ ସରଞ୍ଜାମ ଇତ୍ୟାଦି ଦେଖିବାକୁ ପାଇବେ। ଆଦିବାସୀ ମାନେ ନିଜ ପାରମ୍ପରିକ ବାଦ୍ୟ ର ତାଳେ ତାଳେ ନୃତ୍ୟ କରି ଉଦଘାଟନ କାର୍ଯ୍ୟକ୍ରମ ପାଳନ କରିଥିଲେ।ଏଥିରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଫଳଗୁଣି ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ଉପସ୍ଥିତ ଥିବା ବେଳେ ଏହା ସମସ୍ତ ମାଇକ୍ରୋ ପ୍ରୋଜେକ୍ଟ ରେ ପ୍ରଥମ ହୋଇ ଥିବାରୁ ଅଞ୍ଚଳ ର ଆଦିବାସୀ ମାନଙ୍କ ପାଇଁ ଗର୍ବର ବିଷୟ ବୋଲି ସ୍ୱତନ୍ତ୍ର ପଦାଧିକାରୀ ବନମାଳୀ ଭୂୟାଁ କହିଛନ୍ତି। ଏହି କାର୍ଯ୍ୟକ୍ରମ ରେ କନିଷ୍ଠ ଯନ୍ତ୍ରୀ ଝସ କେତନ କିଷାନ ଉପସ୍ଥିତ ଥିଲେ ଗଜପତିରୁ ବିବେକାନନ୍ଦ ବେହେରା

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More