ଆଦିବାସୀ ଯୁବକଙ୍କୁ ମେଡିକାଲ ଅଧିକାରୀଙ୍କ ଦୃର୍ବ୍ୟବହାର, କାର୍ଯ୍ୟାଳୟରେ ପୁରାଇ ତାଲା ମାରିଲେ

34

Get real time updates directly on you device, subscribe now.

କେନ୍ଦୁଝର(ସଂଘର୍ଷ ମିଡିଆ ) : -କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅତିରିକ୍ତ ଦାୟିତ୍ବରେ ଥିବା ଘଟଗାଁ ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ମୁକ୍ତିକାନ୍ତ ନାୟକ ଭଗାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଦିବାସୀ ଯୁବକଙ୍କୁ ଦୃର୍ବ୍ୟବହାର ଘଟଣା, କାର୍ଯ୍ୟାଳୟରେ ପୁରାଇ ତାଲା ମାରିଲେ ଯୁବଗୋଷ୍ଠୀ । ଖବର ମୁତାବକ ଶନିବାର ଭଗାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚାଲିଥିବା ଅପରେସନ କ୍ୟାମ୍ପ ସରିବା ପରେ ସ୍ଥାନୀୟ ଯୁବଗୋଷ୍ଠୀ ଅଧିକାରୀଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରରେ ହେଉଥିବା ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ହେଲେ ଅଧିକାରୀ ଜଣଙ୍କ ଯୁବଗୋଷ୍ଠୀଙ୍କ ଅଭିଯୋଗ ନଶୁଣି ଦୃର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଦୃର୍ବ୍ୟବହାର କରିବା ପରେ ଯୁବଗୋଷ୍ଠୀ ଏକତ୍ରିତ ହୋଇ କାର୍ଯ୍ୟାଳୟ ମଧ୍ୟରେ ଅଧିକାରୀଙ୍କ ସମେତ ବିପିଓଙ୍କୁ ପୁରାଇ ତାଲା ପକାଇଛନ୍ତି । ଘଟଣାର ଖବର ପାଇ ହରିଚନ୍ଦନପୁର ପୋଲିସ ଓ ଘଟଗାଁ ନୂତନ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଯୁବଗୋଷ୍ଠୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସାନ୍ତ ପଡିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More