ଆଦିବାସୀ ଦଶହରା ପାରମ୍ପରିକ ରୀତିରେ ଅନୁଷ୍ଠିତ

66

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : — ଆଜି ଉମରକୋଟ ବ୍ଲକ ଅଧିନ ବେନୋରା ଗ୍ରାମ ପଞ୍ଚାୟତ କଲିବେଡା ଗ୍ରାମ ଠାରେ ଆଦିବାସୀ ଦଶହରା ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅଟିଥି ଭାବରେ ପୋଡ଼ାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟ ର ଉପଦେଷ୍ଟା କୈଳାଶ ଚନ୍ଦ୍ର ବେହେରା ଯୋଗଦେବା ସହିତ ହୀରାପୁର ମୁଠା ପୂଜାରୀ ମୋହନ ପୂଜାରୀ ଯୋଗଦେଇଥିଲେ l ଏହି ଅବସରରେ ତପେଶ୍ୱରୀ ମାଙ୍କ ଯାତ୍ରା ଅନୁଷ୍ଠିତ ହୋଇଥିଲା ଆଖପାଖ ବେନରା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ସମସ୍ତ ଦେବାଦେବୀ ଙ୍କ ପ୍ରତୀକ ଲାଠି କୁର୍ଚୀ ଯୋଗ ଦେବା ସହ ହୀରାପୁର ଗ୍ରାମ ପଞ୍ଚାୟତର ଖମ୍ବେଶ୍ୱରୀ ଓ ଜଟିଆ ରାଓ ଲାଠି ଯୋଗଦେଇ ଥିଲେ l ଉକ୍ତ ଉତ୍ସବର ମୁଖ୍ୟ ପୂଜକ ଲଚିମଧର ପୂଜାରୀ, ମିନ ଭତରା, କୁମର ପୂଜାରୀ,ରଇନୁ ପୂଜାରୀ, ସରାଗୁଡ଼ା ସନ୍ତ ପୂଜାରୀ, ସରାଗୁଡ଼ା ହରିଶିରା, ବେନେରା ରଘୁନାଥ ପୂଜାରୀ ଯୋଗଦେଇଥିଲେ lନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More