ଆଦିବାସୀ କଳାକାର ବୁଦ୍ଧଦେବ ସିଂଙ୍କ ପରଲୋକ

64

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : ଅବିଭକ୍ତ କୋରାପୁଟ ଜିଲ୍ଲାରେ ଥିଲେ ଲୋକପ୍ରିୟ ଆଲବମ ଗାୟକ ଆଦିବାସୀ ଦେଶିଆ ଆଲବମ ଗୀତ ଗାଇ ଲୋକଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଇ ଘରେ ଘରେ ପରିଚିତ ଥିବା ଅବିଭକ୍ତ କୋରାପୁଟ ଜିଲ୍ଲାର ଲୋକପ୍ରିୟ କଳାକାର ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଡୁମୁନିଗୁଡ଼ାର ବୁଦ୍ଧଦେବ ସିଂଙ୍କ ପରଲୋକ ଘଟିଛି। ଶୁକ୍ରବାର ରାତି ପ୍ରାୟ ୮ଟାରେ ଶାରୀରିକ ଅସୁସ୍ଥତାରୁ ନିଜ ଗାଁ ଡୁମୁନିଗୁଡ଼ାରେ ତାଙ୍କ ଜୀବନ ଯାଇଛି। ଏହି ଦୁଃଖଦ ଖବର ସଂଗୀତପ୍ରେମୀଙ୍କୁ ସ୍ତବ୍ଧ କରିଛି। ୧୦୦୦ରୁ ଅଧିକ ଆଦିବାସୀ ଆଲବମ ଗୀତ ଗାଇ ସେ ରେକର୍ଡ କରିଛନ୍ତି। ତାଙ୍କ ପିତା ଯଦୁ ସିଂ ଜଣେ ଚାଷୀ ହୋଇଥିବାରୁ ସେ କିଶୋର ବୟସରୁ ଅଧିକାଂଶ ସମୟ ବାପାଙ୍କ ସହ ଜମିରେ କାମ କରୁଥିଲେ। ପାଠପଢ଼ାରେ ସେତେ ରୁଚି ରଖି ନଥିବା ବୁଦ୍ଧଦେବଙ୍କ ମଧ୍ୟରେ କିନ୍ତୁ ଅପୂର୍ବ କଳା ଭରି ରହିଥିଲା। ସଙ୍ଗୀତ ପ୍ରତି ପ୍ରବଳ ଆଗ୍ରହ ଥିବାରୁ ସେ ଚାଷ ଜମିରେ ଗୀତ ଶିଖିବା ଆରମ୍ଭ କରିଥିଲେ। ବଂଶୀ ସହ ମାଉଥ ଅର୍ଗାନ ବଜାଇବାରେ ସେ ସିଦ୍ଧହସ୍ତ ଥିଲେ। ଯେ କୌଣସି ଗୀତକୁ ନିଜେ ସଂଯୋଜନା କରି ଗାଉଥିଲେ। ଗତ ୪ ବର୍ଷ ତଳେ ପ୍ରସିଦ୍ଧ କେଲିଆ ବାବା ଝାଡେଶ୍ୱର ମନ୍ଦିର ପରିସରରେ ଶିବରାତ୍ରି ସମୟରେ ଏକ ଦେଶିଆ ନାଟରେ ଗୀତ ଗାଇବାକୁ ତାଙ୍କୁ ସୁଯୋଗ ମିଳିଥିଲା। ତାଙ୍କ ଗୀତ ଦର୍ଶକଙ୍କୁ ମୁଗ୍ଧ କରିଥିବାବେଳେ ସେ ଆଉ ପଛକୁ ଫେରିନଥିଲେ। ପରେ ବୁଦ୍ଧଦେବ ଗାଇଥିବା ଗୀତଗୁଡ଼ିକୁ ଫେସବୁକ୍ରରେ ପୋଷ୍ଟ କରିଥିଲେ। ଜିଲ୍ଲା ଓ ଜିଲ୍ଲା ବାହାରୁ ଲୋକେ ପସନ୍ଦ କରିଥିଲେ। ଡାବୁଗାଁର ଜଣେ ପୁରୁଣା କଳାକାର ଉମେଶ ଚନ୍ଦ୍ର ପାତ୍ର ବୁଦ୍ଧଦେବଙ୍କୁ ଗୀତ ଗାଇବାକୁ ପ୍ରୋତ୍ସାହିତ କରିଥିଲେ। କୋଷାଗୁମୁଡ଼ା ନିକଟ ଦୁରାଗାଁରେ ଥିବା ଜେ ବି ଆର production ପାଇଁ ଦୁଇବର୍ଷ ତଳେ ପ୍ରଥମ କରି ଷ୍ଟୁଡିଓରେ ସେ ଗୀତ ଗାଇବା ଆରମ୍ଭ କରିଥିଲେ।ଷ୍ଟୁଡିଓରେ ଗୀତ ଗାଇବା ପରେ କଣ୍ଠ ଅଧିକ ମଧୁର ଓ ସାଣିତ ହେବା ସହ ଗୀତଗୁଡ଼ି ମଧୁର ହୋଇଥିଲା। ପରେ ବିଭିନ୍ନ ଗାଡ଼ି, ବାହାରେ, ହାଟ ବଜାରରେ ତାଙ୍କ ଗୀତ ବହୁଳ ଭାବେ ବାଜିଥିଲା।ଋତୁ ଅନୁଯାୟୀ ବୁଦ୍ଧଦେବ ଗୀତ ସଂରଚନା କରିବା ସହ ଗାଇଥିଲେ। ତାଙ୍କ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରେ ‘ବାଡ଼ି ବାଟେ ବଡ଼ ମା ରେଲା’, ‘ଜୁରୁଲା ସେମି’, ‘ଚାପଡ଼ା ଫାପଡ଼ା ଜୁ’, ନୂଆଖାଇ ଗୀତ ରହିଛି। ଖାଲି ଏତିକି ନୁହେଁ ନିର୍ବାଚନ ସମୟରେ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ପାଇଁ ବିଭିନ୍ନ ଗୀତ ଗାଇଛନ୍ତି। ଦୁରାଗାଁ ବ୍ୟତୀତ ବୋରିଗୁମ୍ମା ଓ ଜୟପୁରର ଷ୍ଟୁଡିଓ ମାନଙ୍କରେ ମଧ୍ୟ ବିଭିନ୍ନ ଆଦିବାସୀ ଆଲବମ ଗୀତ ସଂରଚନା କରି ଗାଉଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାର କୋଣ ଅନୁକୋଣରେ ତାଙ୍କ ଗୀତ ବାଜୁଛି। କିଛି ଦିନ ହେଲା ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ନିଜ ଡୁମୁନିଗୁଡ଼ା ଘରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁରେ କଳାକାର ଜଗତରେ ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା |
ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More