ଆଦିବାସୀ ଉନ୍ନୟନ ମନ୍ତ୍ରୀଙ୍କ ଉମରକୋଟ ଗସ୍ତ

17

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ଗସ୍ତ କରିଛନ୍ତି l ଏହି ଗସ୍ତ ସମୟରେ ଉମରକୋଟ ମୁନିସିପାଲିଟି ଅଧୀନରେ ଥିବା ଶ୍ମଶାନ ରେ ଲାଗିଥିବା ଅତ୍ୟାଧୁନିକ ଶବ ପୋଡା ମେସିନର ଶୁଭାରମ୍ଭ କରିଥିଲେ l କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଉମରକୋଟ ପୌରପରିଷଦ ଅଧ୍ୟକ୍ଷା ରାଧା ଭତ୍ରା, ଉପାଧ୍ୟାକ୍ଷ ସୁଧାଂଶୁ ଦାସ ଙ୍କ ସମେତ ଅନ୍ୟ କାଉନସିଲର ମାନେ ଯୋଗଦେଇଥିଲେ l ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି କାମ ସରକାରଙ୍କ କୋଟି କୋଟି ଟଙ୍କାରେ ନିର୍ମିତ ଆଦର୍ଶ ଶ୍ମଶାନର ରକ୍ଷଣାବେକ୍ଷଣ କେମିତି ସୁଚାରୁ ରୂପେ ହେବ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ବୋଲି କହିଛନ୍ତି l ଆଜି ମନ୍ତ୍ରୀ ସାରକାଙ୍କ ଉମରକୋଟ ଗସ୍ତ ସମୟରେ ବିଜେଡିର ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି lଏଥିରେ ଉମରକୋଟ ବ୍ଲକ ର ୫୦୦ ରୁ ଅଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡି ଦଳରେ ସାମିଲ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More