କନ୍ଧମାଳ ( ସଂଘର୍ଷ ମିଡିଆ ) : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାରେ ଏକ ନିଆରା ପରମ୍ପରାଦେଖିବାକୁ ମିଳିଛି । ଏ ସମ୍ପର୍କରେ ଖବର ପାଇ ଆମ କ୍ୟାମେରା ଟିମ ପହଞ୍ଚିଥିଲା କନ୍ଧମାଳ ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ କମରଖଡି ଗ୍ରାମରେ । ରାଇକିଆ ବ୍ଲକ ଠାରୁ ୧୫ କିଲୋମିଟର ଗଲେ ପଡେ ଏହି ଗ୍ରାମ । ଏହିଗ୍ରାମରେ ୧୦୦ରୁ ଅଧିକ ପରିବାର ବସ ବାସ କରନ୍ତି । ଅଳ୍ପ କିଛି ଦିନତଳେ ଆମେ ପ୍ରସାର କରିଥିଲୁ ଏହିଗ୍ରାମର ଜଣେ ବ୍ୟକ୍ତିଙ୍କ ବିଷୟରେ । ସେ ଲୋକର କିଛି ଦିନତଳେ ଅଣ୍ଡକୋଷ ଅପରେସନ ହୋଇ ବାହାର କରା ଦିଆଯାଇଥିଲା । ପରେ ଯନ୍ତ୍ରଣା ଅନୁଭବ କରିବାରୁ ଆମେ ଭେଟିଥିଲୁ ରାଇକିଆ ସ୍ୱାସ୍ଥ୍ୟକେନ୍ଦ୍ରରେ । ରାଇକିଆ ଡାକ୍ତରଙ୍କ ଉଦ୍ୟମରୁ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତି କରଯାଇଥିଲା । କିନ୍ତୁ ଅଳ୍ପ କିଛି ଦିନ ଡାକ୍ତରଖାନାରେ ରହିବାପରେ ସେ ଶେଷ ନୁଶ୍ଵାସ ତ୍ୟାଗ କରିଥିଲେ । ଏ ଖବର ଶୁଣିବାପରେ ଆମ ଟିମ ପହଞ୍ଚିଥିଲା କମରଖଡି ଗ୍ରାମରେ । ସେ ଲୋକର ଶୁଦ୍ଧ କାମ ପାଇଁ ସେହି ଗ୍ରାମର ପ୍ରତେକ ଲୋକ ଲାଗିପଡିଥାନ୍ତି । ପ୍ରତ୍ୟକ ଘରୁ ଟଙ୍କା ଆଦାୟକରି କିଛି ସମାନ କିଣିକରି ରଖିଛନ୍ତି ସେହି ଗ୍ରାମବାସୀମାନେ ,ପଚାରିବାରୁ ସେମାନେ କହିଥିଲେ ସେ ମୃତ ବ୍ୟକ୍ତିର ଅନ୍ତେଷ୍ଟିକ୍ରିୟାରେ ଖର୍ଚହେବ ।ସୂଚନାଯୋଗ୍ୟଯେ କେବଳ ଅନ୍ତେଷ୍ଟିକ୍ରିୟା ନୁହେ , ବିବାହ ଆଦି କାମରେ ମଧ୍ୟ ଏମାନେ ପଇସାପାତ୍ର ଆଦାକରି ମିଳିମିଶି କାମଟିକୁ ତୁଲେଇଥାନ୍ତି । ଆଜି ମଣିଷ ପଇସା ପାଇଁ ନିଜ ଲୋକଙ୍କୁ ଭୁଲି ଯାଉଥିବାବେଳେ, ଏଠାରେ ଦେଖିବାକୁ ମିଳିଛି ଏକ ନୂତନ ପରମ୍ପରାର ଭାଇଚାରାର ଦୃଶ୍ୟ । ଏ ମଣିଷ ଯଦି ଏହି ନିରୀହ ଆଦିବାସୀ ମନଙ୍କଠାରୁ କିଛି ଶିକ୍ଷ୍ୟାଦାନ କରନ୍ତି ଏ ସମାଜ ସୁଧୁରି ଯାଆନ୍ତା ।