ଆଦିବାସୀ ଅଧିକାରୀ ମଞ୍ଚ ତରଫରୁ ତହସିଲଦାରଙ୍କୁ୧୫ ଦଫା ଦାବିପତ୍ର ପ୍ରଦାନ

18

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାରେ ଆଦିବାସୀ ଅଧିକାର ମଞ୍ଚ ତରଫରୁ ୧୫ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆଦିବାସୀ ଅଧିକାରୀ ମଞ୍ଚ ର ଆବାହକ ରାଜେଶ ଜାନୀଙ୍କ ନିର୍ଦ୍ଦେଶରେ ସହ ସହ ଆଦିବାସୀ ଓ ମହିଳା ଡାବୁଗାଁରେ ରୁଣ୍ଡ ହୋଇଥିଲେ । ସମସ୍ତେ ଆସିବା ପରେ ଆଦିବାସୀ ଅଧିକାର ମଞ୍ଚ ତରଫରୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ପ୍ରଥମେ ବନ ବିଭାଗ କାର୍ଯ୍ୟାଳୟ ପରେ ବ୍ଲକ କାର୍ଯ୍ୟାଳୟ ରେ ଏବିଡ଼ିଓ ପଦ୍ମନାଭ ତ୍ରିପାଠୀଙ୍କୁ ଓ ଶେଷରେ ତହସିଲଦାର ଭବାନୀ ଶଙ୍କର ମିଶ୍ରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ରେ ଦାବି ଗୁଡ଼ିକ ଯଥା କ୍ରମେ ହେଲା ହେଲା ୧,୧୦୦ ରୁ ୭୦% ଲୋକଙ୍କୁ ଏ ପର୍ଯ୍ୟନ୍ତ ପଟ୍ଟା ପ୍ରଦାନ କରାଯାଇନାହିଁ। ୨.ବହୂ ସଂଙ୍ଖ୍ୟାରେ ଗରିବଙ୍କୁ ବାସଗୃହ ମିଳି ପାରିନାହିଁ। ୩. ଡାକ୍ତର ଖାନା ଅଛି କିନ୍ତୁ ସଠିକ୍ ଡାକ୍ତର ନାହାନ୍ତି,୪. ଗାଁ ଅଛି କିନ୍ତୁ ରାସ୍ତା ନାହିଁ।୫.୧୦୦ ବର୍ଷ ର ଦଖଲ ଜମିର ପଟ୍ଟା ପ୍ରଦାନ କରାଯାଇନହିଁ,୬. ବିଦ୍ୟାଳୟ ଅଛି କିନ୍ତୁ ସଠିକ୍ ଶିକ୍ଷକ ନାହାନ୍ତି।,୭.୧୦୦ ବର୍ଷର ଦାଖଲ ଜମିରେ ଘରବାରି ପଟ୍ଟା ପାଇନାହାନ୍ତି। ୮. ସବୁ ନିୟମକୁ ଭାଙ୍ଗି ମଦ ଦୋକାନ କରାଯିବ।,୯. ଜଙ୍ଗଲ ଜମି ର ପଟ୍ଟା ଓ ଅଧିକାର ନ ମିଳିବା ଅତ୍ୟନ୍ତ ଦୁଃଖର କଥା, ୧୦. ଶିକ୍ଷିତ ଯୁବକ ଯୁବତୀ ଙ୍କୁ ନିଯୁକ୍ତି ପାଇଁ ଦାବି,୧୧. ଚାଷ ଜମିରେ ଜଳସେଚନ ର ସୁବିଧା ନାହିଁ। ୧୨. ଚାଷ ସମୟରେ ଉଚିତ୍ ସମୟରେ ସାର ମିଳୁନି କିମ୍ବା ଦର ବି ଠିକ୍ ରହୁନାହିଁ। ୧୩ ପନିପରିବା ଚାଷ ହେଉଥିବା ବେଳେ ଶୀତଳ ଭଣ୍ଡାରର ବ୍ୟବସ୍ଥା ନାହିଁ।୧୪ ଚାଷ ସମୟରେ ଓ ଚାଷ ପରେ ମଣ୍ଡିରେ ଦୁର୍ନୀତି ହେଉଛି।୧୫, ୫୦୦ ଟଙ୍କାର ଭତା ପାଇବା ପାଇଁ ବୃଦ୍ଧା ଦିବ୍ୟାଙ୍ଗ ଓ ବିଧବା ମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ମିଳି ପାରୁନି ଏହା ଅତ୍ୟନ୍ତ ଦୁଃଖର କଥା। ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଆବାହକ ରାଜେଶ କୁମାର ଜାନୀ ସୁଚାଇଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More