ଆଦାନୀ ଗ୍ରୁପ ତରଫରୁ ମୌସୁମୀ ସୁରକ୍ଷା ସଚେତନ ଶିବିର ଅନୁଷ୍ଠିତ                                                    

17

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ): – ଆଜି ଚେରଚେଟା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଦାନୀ ଗ୍ରୁପ ତରଫରୁ ମୌସୁମୀ ସୁରକ୍ଷା ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା | ଏହି ସଚେତନ ଶିବିରରେ ମୁଖ୍ୟ ଅତିଥିଭାବେ ଆଦାନୀ ଗ୍ରୁପର ଶ୍ରୀ ଜୟରାମ ଶର୍ମା (ପ୍ରୋଜେକ୍ଟ ହେଡ୍-ଆଦାନୀ-ବି.କେ.ଆର.ପି.ଏଲ୍)  ଯୋଗ ଦେଇଥିଲେ  | ଶ୍ରୀ ଶର୍ମା ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ବର୍ଷା ଦିନେ ବଜ୍ରପାତ ରୁ କେମିତି ସୁରକ୍ଷା  ପାଇବେ , ସାପ କାମୁଡ଼ିଲେ କେଉଁପନ୍ଥା ଅବଲମ୍ବନ କରି ନିଜେ ଓ ସାପ କାମୁଡିବା ଲୋକଙ୍କୁ କେମିତି ଜୀବନ ବଞ୍ଚାଇବେ , ନିର୍ମାଣାଧୀନ ସ୍ଥାନରେ କେମିତି ନିଜକୁ ସୁରକ୍ଷିତ ରଖିପାରିବେ ସେ ନେଇ ସଚେତନ କରାଇଥିଲେ |   ଏହାପରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ନେଇ ଏକ କୁଇଜ କଂପିଟେସନ କରାଯାଇ ପ୍ରଥମ ,ଦ୍ୱତୀୟ  ସ୍ଥାନ ପାଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ କୁ ପ୍ରତ୍ୟେକ ଗ୍ରାମରେ କରାଇବାପାଇଁ ସ୍ଥିର କରାଯାଇଛି ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି  | ପ୍ରକାଶ ଥାଉକି ବିଗତ ଦିନ ମାନଙ୍କରେ ଆଦାନୀ ଗ୍ରୁପ ସଡ଼କ ସୁରକ୍ଷା ମାସ ପାଳନ କରି ଡାବୁଗାଁ ଥାନା ସମୁଖରେ ଲୋକଙ୍କୁ ହେଲମେଟ ପିନ୍ଧି ଗାଡି ଚଳାଇବାକୁ ସଚେତନ କରିଥିଲେ ଏବଂ କିଛି ଲୋକଙ୍କୁ ହେଲମେଟ ବାଣ୍ଟିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଆଦାନୀ ଗ୍ରୁପର  ସୁରକ୍ଷା ମୁଖ୍ୟ ଦେବେନ୍ଦ୍ର ମହାପାତ୍ର , ପ୍ରଜେକ୍ଟ ହେଡ଼ ଏମ ବି ପି ଏଲ ଗ୍ରୁପର ଓ ପି ସିଂ ଭଦରିଆ , ଏମ ବି ପି ଏଲ ଗ୍ରୁପର ସୁରକ୍ଷା ମୁଖ୍ୟ ବାମଦେବ ସାମଲ   ଯୋଗ ଦେଇଥିଲେ | ଏହି ଶିବିରକୁ ରଞ୍ଜନ କୁମାର ଜେନା , ସୁନୀଲ କୁମାର , ଆକାଶ ରାଓ , ବିଭୁତି ଭୂଷଣ ପ୍ରଧାନ ପରିଚାଳନା କରିଥିଲେ  | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More