ଆଦର୍ଶ ବିଦ୍ୟାଳୟ ପାଚିକା ମାନଙ୍କ ବେତନ ବୃଦ୍ଧି ଦାବି

40

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ): – ନବରଙ୍ଗପୁର ଜିଲ୍ଲାରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଚିକା ମାନଙ୍କ ବେତନ ବୃଦ୍ଧି ସମ୍ବନ୍ଧରେ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାଁ ଭଣ୍ଡାର ଘରଣୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଚିକା ସଂଘ ପକ୍ଷରୁ ଉକ୍ତ ସଭାରେ ସଂଘର ଅଧ୍ୟକ୍ଷା ଗୁରୁବାରି ପୂଜାରୀ ଙ୍କ ସଭାପତିତ୍ବ ସଂଘ ର ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର ଓ ଉପଦେଷ୍ଟା ପ୍ରଭଞ୍ଜନ ତ୍ରିପାଠୀ ଉପସ୍ଥିତ ଥିଲେ। ପାଚିକା ମାନଙ୍କୁ ମାସିକ ମାତ୍ର ୧୪୦୦/- ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଉଥିବା ଯୋଗୁଁ ଏହାର ବୃଦ୍ଧି ପାଇଁ ମାନନୀୟ ମୁଖ୍ୟ ମନ୍ତ୍ରୀ ଙ୍କୁ ଓ ଆଦର୍ଶ ବିଦ୍ୟାଳୟ ସଂଗଠନ ର ଉପାଧ୍ୟକ୍ଷାଙ୍କୁ ଗତ ୧୩ ଜୁନ୍ ୨୦୨୩ ରେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଆଜି ସୁଦ୍ଧା ଏସମ୍ପର୍କରେ କୌଣସି ପଦକ୍ଷେପ ସରକାରଙ୍କ ତରଫରୁ ନିଆଯାଇନାହିଁ। ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରି ଏସମ୍ପର୍କରେ ଅନୁରୋଧ କରିଥିଲେ ଆଇନ ପରାମର୍ଶଦାତା ଶ୍ରୀ ପାତ୍ର। ସେ ନବରଙ୍ଗପୁର ରେ ଉପସ୍ଥିତ ନଥିବା ଯୋଗୁଁ ୧୮ ତାରିଖ ପରେ ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ’ ଆଦର୍ଶ ବିଦ୍ୟାଳୟ ହଷ୍ଟେଲ ର ମୁଖ୍ୟ ପାଚିକା ଙ୍କୁ ମାସିକ ୯୦୦୦/- ଓ ସହାୟିକା ପାଚିକା ଙ୍କୁ ୬୦୦୦/- ମିଳୁଥିଲେ ମଧ୍ୟ ବିଦ୍ୟାଳୟ ର ଅନ୍ୟ ପାଚିକା ମାନଙ୍କୁ ମାସିକ ମାତ୍ର ଚଉଦ ଶହ ଟଙ୍କା ମିଳୁଛି। ସେମାନେ ନିଜ ପରିବାର ଛାଡ଼ି ପ୍ରତିଦିନ ବିଦ୍ୟାଳୟ ରେ ୨୫୦ ରୁ ଅଧିକ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ରୋଷେଇ କରିବା ସହ ବଗିଚା ରେ ପାଣି ଦେବା ଭଳି ଅନ୍ୟାନ୍ୟ କାମରେ ପ୍ରାୟ ସାତ ରୁ ଆଠ ଘଣ୍ଟା ପରିଶ୍ରମ କରୁଛନ୍ତି । ନାମକୁ ମାତ୍ର ମିଳୁଥିବା ଏହି ପାରିଶ୍ରମିକ ମଧ୍ୟ ପ୍ରତିମାସରେ ନିୟମିତ ଦିଆନଯାଇ ତିନି ଚାରି ମାସରେ ଥରେ ଦିଆଯାଉଛି । ଯଦି ସରକାର ଏହି ନ୍ୟାର୍ଯ୍ୟ ଦାବି ନ’ଶୁଣନ୍ତି, ତାହେଲେ ସଂଘ ତରଫରୁ ଓଡ଼ିଶା ର ମାନ୍ୟବର ହାଇକୋର୍ଟ ର ଆଶ୍ରୟ ନେବାକୁ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ସଂଘର ଉପାଧ୍ୟକ୍ଷା ତିଳୋତ୍ତମା ପୂଜାରୀ, ସମ୍ପାଦିକା ସଞ୍ଜୁଲତା ନାୟକ, ସହ ସମ୍ପାଦିକା ପଦ୍ମିନୀ ଜାନୀ, କୋଷାଧ୍ୟକ୍ଷା ଲିଲି ସାହୁ ଓ ଅନ୍ୟ ସମସ୍ତ ପାଚିକା ମାନେ ଉପସ୍ଥିତ ଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More