ନରସିଂହପୁର( ସଂଘର୍ଷ ମିଡିଆ ) : ବଡ଼ମ୍ବା ବ୍ଲକରେ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାକୁ ନେଇ ଅଭିଯୋଗ ଉଠାଇଛନ୍ତି ଅଭିଭାବକ ମାନେ। ଘଟଣାରୁ ପ୍ରକାଶ ଯେ,ବଡ଼ମ୍ବା ବ୍ଲକର ମହୁଲିଆ ଠାରେ ନୂତନ ଭାବେ ତିଆରି ହୋଇଥିବା ଆଦର୍ଶ ବିଦ୍ୟାଳୟରେ ନାମ ଲେଖାକୁ ନେଇ ଅଭିବାବକ ମାନେ ଏହି ଅଭିଯୋଗ କରିଛନ୍ତି ଯେ ରାଜ୍ୟସରକାରଙ୍କ ନିର୍ଦେଶକ୍ରମେ ଏହି ଆଦର୍ଶ ବିଦ୍ୟାଳୟ ପାଇଁ ତିନିସହ ୮ ଜଣ ପରୀକ୍ଷା ଦେଇଥିଲାବେଳେ ସେଥି ମଧ୍ୟରୁ ୮୦ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଥିଲେ। ମାତ୍ର ଏହି ୮୦ ଜଣଙ୍କୁ ଏପର୍ଯ୍ୟନ୍ତ ଆଡିମିଶନ କରାଯାଉନାହିଁ।ନରସିଂହପୁର ଆଦର୍ଶ ବିଦ୍ୟାଳୟରେ ସମସ୍ତଙ୍କର ଆଡିମିଶନ ସରିଥିଲା ବେଳେ ଏଠି କାହିଁକି କରାଯାଉନାହିଁ। ଏ ବିଷୟରେ ବାରମ୍ବାର ବିଇଓଙ୍କୁ ପଚାରିଲେ କୌଣସି ଅଭିଭାବଙ୍କୁ ଉତ୍ତର ଦେବା ତ ଦୂରର କଥା ଦେଖାବି ମିଳୁନି। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ନରସିଂହପୁର ଗ୍ରସ୍ତରେ ଆସି ବଡ଼ମ୍ବା ଓ ନରସିଂହପୁର ଶିକ୍ଷକମାନଙ୍କୁ ନରସିଂହପୁର ବ୍ଲକ ସମ୍ମିଳନୀ କକ୍ଷରେ ପିଲାମାନଙ୍କର ପାଠ ପଢା ଉପରେ କଡା ନଜ଼ର ରଖିବାପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଡ଼ିଇଓ, ବିଇଓଙ୍କୁ କଡା ନିର୍ଦେଶ ଦେଇଥିଲେ। ଏ ବିଷୟରେ ବିଧାୟକ ଓ ଜିଲ୍ଲାପାଳଙ୍କୁ ବଡ଼ମ୍ବାଠାରେ ଏକ ଦାବିପତ୍ର ମଧ୍ୟ ଦିଆଯାଇଛି। ଏ ବିଷୟରେ ବିଇଓଙ୍କ ସହ କୌଣସି ଯୋଗା ଯୋଗ ହୋଇପାରିନାହିଁ। ନରସିଂହପୁରରୁ ସଞ୍ଜୟ ପଟ୍ଟନାୟକ ରିପୋର୍ଟ ସଂଘର୍ଷ ନ୍ୟୁଜ୍।