ଆଦର୍ଶ ଗିଗିଲିବାଈ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହ ବିପଦଶଙ୍କୁଳ, ଛାତ୍ରଛାତ୍ରୀ ଅସୁରକ୍ଷିତ, ବାରଣ୍ଡାରେ ଶିକ୍ଷାଦାନ

18

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ ) : ରାଇରଙ୍ଗପୁରର ହନୁମାନ ବାଟିକା ଦୀପ ତଳ ଅନ୍ଧାର । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୬ ନମ୍ବର ଓ୍ବାର୍ଡ ତଥା ଦୈନିକ ପରିବା ବଜାର ନିକଟସ୍ଥ ଆଦର୍ଶ ଗିଗିଲି ବାଈ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୪୯ ମସିହାରେ ପ୍ରତିଷ୍ଠା ହୋଇଥିଲା ।ଏହାର ଗୃହକୁ ବଜାର ଵଦାନ୍ଯ ବ୍ୟକ୍ତି ସ୍ବର୍ଗତ ଘାସୀଲାଲ ଅଗ୍ରୱାଲ ଉକ୍ତ ବିଦ୍ୟାଳୟର ଜାଗା ସହ ୬ଟି କୋଠରୀ ନିର୍ମାଣ କରି ବିଦ୍ୟାଳୟକୁ ଦାନ କରିଥିଲେ ।ତାଙ୍କରି ଧର୍ମପତ୍ନୀ ସ୍ବର୍ଗତା ଗିଗିଲି ବାଈଙ୍କ ନାମରେ ବିଦ୍ୟାଳୟ ନାମ କରଣ ହୋଇଥିଲା । ସେହି ବିଦ୍ୟାଳୟକୁ ନବ ଓଡ଼ିଶାର ନିର୍ମାତା ତଦକାଳୀଳ ମୁଖ୍ୟମନ୍ତ୍ରୀ ଡ଼ଃ ହରେକୃଷ୍ଣ ମହତାବ ୩୦.୦୯.୧୯୫୪ ମସିହାରେ ଶୁଭ ଉଦ୍ଘାଟନ କରିଥିଲେ । ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ଚାଲିଛି ।ଘର କାଠ ଓ ଟିଣ ଛପର ହୋଇଥିଲା । ଆଜିଯାଏଁ ଆଉ ନୂତନ ଶ୍ରେଣୀଗୃହ ନିର୍ମାଣ ହୋଇନାହିଁ ।ସେହି ଗୃହ ଗୁଡିକ ଅଫିସ କାର୍ଯ୍ୟାଳୟ ସମେତ ଅସୁରକ୍ଷିତ ।ଟିଣ କଣା ହୋଇଗଲାଣି ।କାଠ ଶ୍ରେଣୀ,ଦଣ୍ଡା ଉଇ ଓ ପାଣି ଖାଇ ଗଲାଣି ।ବର୍ଷାରେ ସବୁ କୋଠରୀପାଣି ଭର୍ତ୍ତି । ବସିବା ଓ ଠିଆ ହେବାପାଇଁ ଜାଗା ନ ଥାଏ ।ନାମ ଆଦର୍ଶ ହେଲେ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମୁଦାୟ ୫୮ ଛାତ୍ର ଛାତ୍ରୀ ପଢୁଛନ୍ତି ।ଜଣେ ପ୍ରଧାନ ଶିକ୍ଷକଙ୍କ ସମେତ ୩ ଜଣ ଶିକ୍ଷୟତ୍ରୀ ଅଛନ୍ତି । ଶ୍ରେଣୀ ଗୃହ ଅସୁରକ୍ଷିତ ପିଲାମାନଙ୍କ ଜୀବନ ସୁରକ୍ଷିତ ପାଇଁ ବାରଣ୍ଡାରେ ଶିକ୍ଷା ଦାନ କରାଯାଉଛି କୋଠରୀ ଗୁଡ଼ିକର କବାଟ ଝରକା ଅଧିକାଂଶ ଭାଙ୍ଗି ଯାଇଛି । ତେଣୁ ଶ୍ରେଣୀଗୃହ ଗୁଡ଼ିକୁ ତାଲା ମାରି ଦିଆଯାଇଛି ।ବର୍ଷା ଓ ଘଡଘଡି ହେଲେ ଶିକ୍ଷକ ଓ ପିଲାମାନେ ଭୟଭୀତ ଅବସ୍ଥାରେ ସମୟ କଟାନ୍ତି । ଭଗବାନ ସେମାନଙ୍କୁ ଭରସା ଥାନ୍ତି । ପ୍ରତ୍ୟେକ ମୁହୂର୍ତ୍ତରେ ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଭୟଭୀତ ଅବସ୍ଥାରେ ଅଛନ୍ତି । କେତେବେଳେ କ’ଣ ଘଟିବ କହି ହେବନାହିଁ ।ନିକଟରେ ରୋଷେଇ ବାଲି ଖସିପଡ଼ି ଦୁର୍ଘଟଣାର ଶିକାର ହୋଇଥିଲେ । ସ୍କୁଲର ନୂତନ ଗୃହ ନିର୍ମାଣ ନେଇ ପ୍ରଧାନ ଶିକ୍ଷକ ସୁନ୍ଦର ମୋହନ ହେମ୍ବ୍ରମ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ଏବଂ ରାଇରଙ୍ଗପୁର ବିଡ଼ିଓ ସାଗର ଚନ୍ଦ୍ର ମୁର୍ମୁଙ୍କୁ ଏହି ବିଷୟରେ ଲିଖିତ ଅଭିଯୋଗ କରିଛନ୍ତି ।ଖୁବ୍ ଶିଘ୍ର ନୂତନ ଗୃହ ନିର୍ମାଣ ହେବ ବୋଲି ବିଡ଼ିଓ କହିଥିଲେ । ବିପର୍ଯ୍ୟସ୍ତ ଗିଗିଲି ବାଇ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀ ଗଣମାଧ୍ୟମ ଜରିଆରେ ପ୍ରଶାସନ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ଅନୁରୋଧ କରିଛନ୍ତି ।ଦେଖାଯାଉ ପ୍ରଶାସନ କେବେ ଆଦର୍ଶ ଗିଗିଲି ବାଈ ବିଦ୍ୟାଳୟର ଦୁଃଖ ଶୁଣିବାକୁ ବାକି ରହିଲା ।ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More