ଆଦର୍ଶ କୃଷି ବଜାର ପରିସରରେ ଖୋଲିବ ବୁଣାକାର ହାଟ

19

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ଆସନ୍ତା ଅକ୍ଟୋବର ମାସରେ ଆଦର୍ଶ କୃଷି ବଜାର ପରିସରରେ ବୁଣାକାର ହାଟ ଖୋଲିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରାଥମିକ ହସ୍ତତନ୍ତ ସମବାୟ ସମିତିର କର୍ମକର୍ତ୍ତା, ସଭ୍ୟବୃନ୍ଦ ଯୋଗଦେଇ ବୁଣାକାର ହାଟକୁ କିପରି ସଫଳତାର ସହିତ କାର୍ଯ୍ୟକାରୀ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ସାଗରପାଲି, ବିରମହାରାଜପୁର, ଗବଜୋର, ମନମୁଣ୍ଡା, ବୁଟୁପାଲି, ନାରାୟଣନଗର, ବାଉଁଶୁଣୀ, ପୂର୍ବ ଓଡ଼଼ିଶାର ଗୋପାଳପୁର, କଟକ, ନୂଆପାଟଣା, ଛତିଶଗଡର ବିଲେଇଗଡର ଲୁଗା ବ୍ୟବସାୟୀମାନେ ଏଥିରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରିତ ହେବେ । ସାଗରପାଲି ଦାୟିତ୍ୱରେ କେଶବ ମେହେର,ବୀରମହାରାଜପୁର ଦାୟିତ୍ୱରେ ଛବିଳ ମେହେର,ଗବଜୋର ଓ ମନମୁଣ୍ଡା ଦାୟିତ୍ୱରେ ପ୍ରକାଶ ମେହେର,ବୁଟୁପାଲି ଦାୟିତ୍ୱରେ ଲିଙ୍ଗରାଜ ମେହେର,ବାଉଁଶୁଣୀ ଦାୟିତ୍ୱରେ ଝସକେତନ ମେହେର, ବନପାଲି ଦାୟିତ୍ୱରେ ନିରଞ୍ଜନ ମେହେର ପ୍ରମୁଖ ରହି ଏହି ବୁଣାକାର ହାଟକୁ ସଫଳ କରିବେ ବୋଲି ନିଷ୍ପତି ଗ୍ରହଣ କରାଗଲା । ପ୍ରଥମ ପର୍ଯ୍ୟାୟରେ ଅନ୍ୟୁନ ଦୁଇମାସ ପାଇଁ ବୁଣାକାରମାନଙ୍କୁ ପିଣ୍ଢି ,ଖାଇବା ବ୍ୟବସ୍ଥା ଓ ସାମଗୀ ପାଇଁ ଗୋଦାମ ଗୃହ ମାଗଣାରେ ଯୋଗାଇଦେବାକୁ ବୈଠକରେ ନିଷ୍ପତି ହୋଇଥିଲା । ଏହି ହାଟ ସପ୍ତାହକୁ ଥରେ ବସିବ । ଏଥିପାଇଁ ପ୍ରଶାସନ ତରଫରୁ ଶୌଚାଳୟ,ପାର୍କିଂ ଓ ସୁରକ୍ଷା ବ୍ୟବସ୍ଥା କରାଯିବାକୁ ନିଷ୍ପତି ହୋଇଥିଲା । ବୁଣାକାରମାନଙ୍କ ସହିତ ଅନଲାଇନ ମାଧ୍ୟମରେ ଯୋଗାଯୋଗ,ପ୍ରଚାରପତ୍ର,ସାମାଜିକ ଗଣ ମାଧ୍ୟମ ଜରିଆରେ ସୂଚନା ଦିଆଯାଇ ବୁଣାକାର ହାଟରେ ଯେପରି ଅଧିକ ସଂଖ୍ୟାରେ ବୁଣାକାର ଓ ଗ୍ରାହାକ ସାମିଲ ହୋଇପାରିବେ ବ୍ୟବସ୍ଥା କରାଯିବ । ପଡୋଶୀ ଜିଲ୍ଲା ବରଗଡ,ସୁବର୍ଣ୍ଣପୁର ଜିଲ୍ଲା ର ବୁଣାକାରମାନଙ୍କୁ ଏଥିରେ ସାମିଲ କରିବା ପାଇଁ ପ୍ରଶାସନ ତଥା ଉପସ୍ଥିତ ସଦସ୍ୟମାନେ ପ୍ରୟାସ କରିବେ ବୋଲି ମତପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ ଉଦ୍ୟମକ୍ରମେ ଏହି ବୁଣାକାର ହାଟ ଅତିଶୀଘ୍ର ଖୋଲାଯିବାକୁ ନିଷ୍ପତି ନିଆଯାଇଥିବାରୁ ସମ୍ବଲପୁରର ସାମ୍ବାଦିକ ରାଜାରାମ ପାଢି ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ତହସିଲଦାର ଦେବୀ ପ୍ରସାଦ ଦାଶ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ । ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More