କଟକ(ସଂଘର୍ଷ ମିଡିଆ ) : ଆଜି ଜଣେ ଯୁବତୀ କଟକ ଅନ୍ତର୍ଗତ ଖାନନଗର ନିକଟସ୍ଥ କାଠଜୋଡି ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତେବେ କିଛି ସ୍ଥାନୀୟ ବାସିନ୍ଦା ଏହାକୁ ତୁରନ୍ତ ଦେଖି ଉଦ୍ଧାର କରିଥିଲେ । କିନ୍ତୁ ଯୁବତୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା। ମହିଳା ଜଣକ କାହିଁକି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ସେନେଇ ତଦନ୍ତ ଜାରି ରହିଛି ବୋଲି ଜଣେ ଅଧିକାରୀ କହିଛନ୍ତି । ଏଠାରେ ଉଲ୍ଲେଖ କରିବା ପ୍ରଯୁଜ୍ୟ ଯେ କାଠଜୋଡି ବ୍ରିଜରୁ ଡେଇଁବା ଘଟଣା ନୂଆ ନୁହେଁ । ବିଭିନ୍ନ କାରଣରୁ, ପାରିବାରିକ କଳହ ହେଉ କିମ୍ବା ବ୍ୟକ୍ତିଗତ ସମସ୍ୟା ହେଉ, ଅନେକ ଲୋକ ପୂର୍ବରୁ ନଦୀ ବ୍ରିଜରୁ ଡେଇଁପଡିଛନ୍ତି | ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ଠିକ ସମୟରେ ଉଦ୍ଧାର କରାଯାଇଥିବାବେଳେ , ଅନ୍ୟ କେତେକଙ୍କର ମୃତ୍ୟୁ ଘଟିଛି ।