ଆତ୍ମନିର୍ଭର କୃଷକ ଅଭିଯାନ ବୈଠକ ଅନୁଷ୍ଠିତ

18

Get real time updates directly on you device, subscribe now.

ସୁବର୍ଣ୍ଣପୁର (ସଂଘର୍ଷ ମିଡିଆ) : ସୋନପୁର ଭାରତ ସ୍ଵାଧୀନତାର ୭୫ତମ ବର୍ଷକୁ ଅମୃତ ମହୋତ୍ସବ ସ୍ୱର୍ଣ୍ଣମ ଭାରତ ଅଗ୍ରସରରେ ସଂସ୍କୃତି ମନ୍ତ୍ରାଳୟ ଭାରତ ସରକାର ଓ ବ୍ରହ୍ମୀ କୁମାରୀ ସଂସ୍ଥା ତରଫରୁ କୃଷି ଓ ଗ୍ରାମ ବିକାଶ ପ୍ରଭାଗ ନେଇ ସମଗ୍ର ଭାରତ ଦେଶରେ ଆତ୍ମନିର୍ଭର କୃଷକ ଅଭିଯାନ ଚାଲୁଅଛି । ସ୍ୱର୍ଣ୍ଣମ ଭାରତର ପରିକଳ୍ପନା ସହିତ କୃଷକମାନଙ୍କ ଆର୍ଥିକ , ସାମାଜିକ ତଥା ମାନସିକ ସ୍ଥିତିର ଉନ୍ନତି ଓ ସଶକ୍ତିକରଣର ଲକ୍ଷ ନେଇ ଏକ କାର୍ଯ୍ୟକ୍ରମ ସୋନପୁର ବ୍ରହ୍ମକୁମାରୀ ସେବା କେନ୍ଦ୍ର ବୈଠକ ହୋଇଛି । ସୋନପୁର ସେବାକେନ୍ଦ୍ରର ମୁଖ୍ୟ ସଂଞ୍ଚାଳିକା ବ୍ରହ୍ମକୁମାରୀ ସ୍ନେହା ଭଉଣୀ ମୂଖ୍ୟବକ୍ତା ରୂପେ ଅଭିଯାନର ସମସ୍ତ ରୂପରେଖ ଉପରେ ଆଲୋକପାତ କରିଥିଲେ।ପରେ କାର୍ଯକ୍ରମ ସମାପ୍ତିରେ ସରପଞ୍ଚମାନଙ୍କୁ ସମ୍ମାନିତ କରାଯିବା ସହିତ ପ୍ରସାଦ ସେବନ ହୋଇଥିଲା ବୌଦ୍ଧ ଜିଲ୍ଲାର ଗୁଡ଼ଭେଲିପଦର ସରପଞ୍ଚ ଗହଳ ମିଶ୍ର, ଶୁଷ୍ଢିପଦର ସରପଞ୍ଚ ସୁଜାତା ଭୋଇ ଏବଂ ସୋନପୁର ଜନମୁରା ଦମୟନ୍ତି ବାରିକ, କଳାପଥର ସରପଞ୍ଚ ମୋହନ ଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ। ସୁବର୍ଣ୍ଣପୁରରୁ ରାଜ କିଶୋର ତିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଊଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More