ଆତଙ୍କବାଦ ବିରୋଧୀ ଦିବସ ପାଳିତ

17

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ପରିସରରେ ଥାନା ପୋଲିସ ତରଫରୁ ଆତଙ୍କବାଦ ବିରୋଧୀ ଦିବସ ରବିବାର ପାଳିତ ହୋଇଯାଇଛି | ଏଥିରେ ଥାନା ପରିସରରେ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଆତଙ୍କବାଦ, ହିଂସା ବିରୋଧରେ ଲଢିବା, ସମାଜରେ ସାମାଜିକ ସଦଭାବ ବୁଝାବଣା ଶାନ୍ତି ସ୍ଥାପନ କରିବା ଆଦି ଉପରେ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ କର୍ମଚାରୀ ମାନଙ୍କୁ କହିଥିଲେ | ଏହାପରେ ସମସ୍ତଙ୍କ ଦ୍ଵାରା ମିଳିତ ଭାବେ ଶପଥ ପାଠ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ସହ ନିରୀକ୍ଷକ ବିଜୁରାମ ବାଗ, ସହ- ଉପ-ନିରୀକ୍ଷକ ଶିଶିରକାନ୍ତ ଘୋଷ ଓ ବିଜୟ କୁମାର ସାହୁ ଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More