ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଚଚରାଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟସ ମିସନ ପ୍ରତିଯୋଗୀତା ଆଜି ବୁଧବାରରେ ଚଚରାଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଆଂଚଳିକ ସାଧନକେନ୍ଦ୍ର ଅଧୀନରେ ପନ୍ଦର ଗୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସତର ପ୍ରକାର ପ୍ରତିଯୋଗୀତା ଖେଳ ମଧ୍ୟରୁ ପନ୍ଦର ଗୋଟି ପ୍ରତିଯୋଗୀତା ଖେଳ ରେ ଅଂଶଗ୍ରହଣ କରି ନିଜ ନିଜର ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିଥିଲେ lପ୍ରଥମ,ଦିତୀୟ,ତୃତୀୟସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ l ଏହି ଅବସରରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳକଣ୍ଠ ମାଝୀ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ନାଏବ ସରପଞ୍ଚ ଯୁଧିଷ୍ଟିର ତନ୍ତୀ, ସମ୍ମାନୀତ ଅତିଥି ବିଶିଷ୍ଟ ଶିକ୍ଷାବିତ ତଥା ପୂର୍ବତନ ସରପଞ୍ଚ ଧର୍ମାନନ୍ଦ ନାୟକ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବରାଜ ଗୋପାଳ ପ୍ରମୂଖ ମଞ୍ଚ ରେ ଉପସ୍ଥିତ ଥିବା ବେଳେ ସମସ୍ତଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନୀତ କରାଯାଇ ଥିଲା l ଅତିଥି ପରିଚୟ ପ୍ରଦାନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତେ ପ୍ରସାଦ ନାଗ କରିଥିବା ବେଳେ ମଞ୍ଚ ସୂଚାରୁ ରୂପେ ପରିଚାଳନା କରିଥିଲେ l ଶେଷରେ ସାତଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ସମବେତ ନୃତ୍ୟ ପ୍ରଦର୍ଶନ କରି ପ୍ରଥମ, ଦିତୀୟ, ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ l ବରିଷ୍ଠ ଶିକ୍ଷକ ହରେକୃଷ୍ଣ ବାଡତ୍ୟା,ନିମାଇଁ ସାର୍,ରାଜୁସାର୍,ପ୍ରକାଶ ସାର୍, ବଞ୍ଜରା ସାର୍,ମଙ୍ଗରାଜ ସାର୍,ସୁରେଶ ସାର୍ ପ୍ରମୂଖ ପନ୍ଦର ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ lସମବେତ ନୃତ୍ୟ ରେ କେଲିଆ ପ୍ରାଥମିକ ବିଦ୍ୟାଳୟ ପ୍ରଥମ, ଚଚରାଗୁଡା ୟୁ ଜି ଏଚ୍ ଏସ୍ ଦିତୀୟ, କୁମ୍ ଝରିଆଗୁଡା ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ରଖି ପୁରସ୍କୃତ ହୋଇଥିଲେ l ମିଲେଟସ ଉପରେ ମାଣ୍ଡିଆ,ସୁଆଁ ଖାଦ୍ୟ ଖାଇ ଶରୀର ସୁସ୍ଥ ଓ ନିରୋଗ ହେବା କଥା ସହ ଗଳ୍ପ ମାଧ୍ୟମରେ ଏବିଇଓ ଶ୍ରୀ ଗୋପାଳ ଛାତ୍ର ଛାତ୍ରୀ ମାନଙ୍କୁ ସୁରଭି ଉପରେ ବ୍ୟାପକ ବକ୍ତବ୍ୟ ରଖିଥିଲେ l ସେହିପରି ଡାବୁଗାଁ ଆଠ ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ର ରେ ଅନୁରୂପ ଭାବେ ସୁରଭି କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସ ସହକାରେ ପାଳନ ହୋଇଥିଲା l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l